ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ମହିଳା

22

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ପୁଣି ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ମହିଳା । କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁର ସନାତନ ମହାରଣାଙ୍କ ପୁଅ ସୁଷେନ ମହାରଣା ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣାଙ୍କୁ ବୈଦିକ ରୀତିରେ 13,7,2020 ମସିହାରେ ବିବାହ କରିଥିଲେ । ହେଲେ ବିବାହ ସମୟରେ ଶଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦେଇଥିବା ସସ୍ମିତା କହିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ମାଗିବା ଆରମ୍ଭ କରିଥିଲେ ଓ ଶଶୁର ସନାତନ ମହାରଣା ବୋହୁ ଉପରେ ଖରାପ ନଜର ପକାଇ ଆସୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବୋହୂ ସସ୍ମିତା । ସସ୍ମିତା ଖୋଲାଖୋଲି ତାଙ୍କ ଶଶୁରଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣି ସାଲେପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ସାଲେପୁର ପୋଲିସ ସସ୍ମିତାଙ୍କୁ ନ୍ୟାୟ ଦେବାରେ ବିଳମ୍ବ କରୁଥିବାରୁ ବାଧ୍ୟ ହୋଇ ସସ୍ମିତା ଶଶୁର ଘର ସମ୍ମୁଖରେ କିଛି ସ୍ଥାନୀୟ ମହିଳା ମାନଙ୍କୁ ଧରି ଧାରଣାରେ ବସିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣା ରେ ବସି ରହିବେ ବୋଲି କହିଛନ୍ତି ସସ୍ମିତା । ଅନ୍ୟପଟେ ସସ୍ମିତାଙ୍କ ଅଭିଯୋଗ ଉପରେ ଆମେ ତାଙ୍କ ଶଶୁର ଘର ଲୋକଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More