କଟକ(ସଂଘର୍ଷ ମିଡିଆ ) : କଟକ ସଦର, ଦୀର୍ଘ ଦିନ ହେଲା କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ ନ୍ୟାୟ ନପାଇ ଓଲଟା ମାମଲାରେ ଛନ୍ଦି ହେଵା ଅଭିଯୋଗ ହୋଇଆସୁଥିଲା ଵେଳେ ଵିଭାଗୀୟ ଉଚ୍ଚ କତୃପକ୍ଷ ନିରବଦ୍ରଷ୍ଟା ସାଜିଥିଵାରୁ ଆଜି ଗୁରୁବାର ମଧ୍ୟାହ୍ନରେ ଜଣେ ଆବେଦନକାରୀ ଥାନା ପରିସରରେ ଆତ୍ମାହୁତି ଦେଵା ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ସ୍ତମ୍ଭିଭୂତ କରିଦେଇଛି।ପ୍ରକାଶ ଯେ ଜନୈକ ବ୍ୟକ୍ତି ହଠାତ୍ ଥାନା ପରିସରରେ ଥିଵା ତ୍ରିନାଥ ମନ୍ଦିର ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ।ତାଙ୍କ ଶରୀର ୮୦ ଭାଗ ପୋଡିଯାଇଥିବା ଵେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଵଡ ଡାକ୍ତର ଖାନା ପଠାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଈଶାଣିଵରହମପୁର ଗୁଣନିଧି ବିଷୋୟୀ (୪୮) ଵୋଲି ଅସମର୍ଥିତ ଭାଵେ ଜଣା ପଡ଼ିଥିବା ଵେଳେ ନ୍ୟାୟ ପାଇଁ ଥାନାକୁ ଦୈ।ଡି ଦୈ।ଡି ନିରାଶ ହେବା ପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି।ଗୁଣନିଧି ଦେହରେ ନିଆଁ ଲଗାଇବା ପରେ ଚିତ୍କାର କରିବାରୁ କିଶୋରନଗର iic ପାଣିପିବାକୁ ଦେଇଥିଲେ।ଏଠାରେ ପ୍ରଶ୍ନ ଉଠୁଛିଯେ ଥାନା ସାମନା ରେ କୌଣସି ପୋଲିସକର୍ମୀ ନଥିଲେ ।ଯଦି ଥାନା ସାମ୍ନାରେ ଡିଉଟି କରିଥାନ୍ତେ ଗୁଣନିଧି ଙ୍କ ର ଶରୀର 80 ଭାଗ ପୋଦିନଥାନ୍ତା।ଥାନା ସମୁଖ ରେ ସିସିଟିଭି ଥିବାବେଳେ ଏହା କମକରୁନାହିଁ ବୋଲି iic ଆତ୍ମପ୍ରତିନିଧିଙ୍କୁ କହିଛନ୍ତି।ଏହି ଭଳି ଅବ୍ୟବସ୍ଥା ପାଇଁ ସମ୍ପୂର୍ଣ୍ଣ ଥାନାଅଧିକାରିଣୀ ଦାୟି ବୋଲି ସାଧାରଣ ରେ ଆଲୋଚ୍ୟ ବିଷୟ ପାଲଟିଛି। ତାହେଲେ ଅନ୍ୟପକ୍ଷରେ ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ୟ୍ୟକଳାପ ଓ ଆଶାଳୀନ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରିଥିବା ଵେଳେ ତାଙ୍କୁ ଅବିଳମ୍ବେ ଥାନାରୁ ଯାଜପୁର ଜିଲ୍ଲାକୁ ଵଦଳୀ ହୋଇଥିବା ଜଣାପଡିଛି।ହେଲେ ଆଇଆଇସି ସସ୍ମିତା ରଣା ସ୍ଥାନୀୟ ନେତାଙ୍କୁ ଧରି ଏଠାରେ ରହିଵାକୁ ଚାପ ଓ ଉଦ୍ୟମ ଜାରି ରଖିଥିଵାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଲୋକେ ପୋଲିସ ଉପରୁ ଆଶା ଓ ଭରସା ତୁଟାଇ ଘରେ ଚୁପଚାପ୍ ଵସିରହିଵେ ଵୋଲି ଶୁଣାଯାଉଛି।ଅନ୍ୟପକ୍ଷରେ ଏହି ବିବାଦ ଜମିଜମା ଗଣ୍ଡଗୋଳ ରୁ ହୋଇଥିବା ପରିବାର ସୂତ୍ର ରୁ ଜଣାପଡିଛି।