ରାଉରକେଲା (ସଂଘର୍ଷ ମିଡିଆ ) : ଉଲ୍ଲେଖ ଯୋଗ୍ୟ ଯେ ଗତ ୧୯୮୧ ମସିହାରେ ରାଉରକେଲା ସହରର ନୟବଜାର ଠାରେ ଘୋରୋଇ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ଉକ୍ତ ଶିକ୍ଷକ-ଶିକ୍ଷା ମହାବିଦ୍ୟାଳୟ(BED) କଲେଜକୁ ୧୯୯୨ ମସିହାରେ ସରକାର ନିଜ ହାତକୁ ନେଇଥିଲେ । କିନ୍ତୁ ଆଜିକୁ ଦୁଇବର୍ଷ ହେବ ସେହି ମହାବିଦ୍ୟାଳୟ ରେ ପିଲା ମାନେ ଆଡ଼ମିଶନ ନେଇପାରୁ ନାହାନ୍ତି ଓ ଅଫିସ ଷ୍ଟାଫ ଓ ଶିକ୍ଷା ଦେବାପାଇଁ ଶିକ୍ଷକ ନିଯୁକ୍ତି ହେଇପାରୁନାହାନ୍ତି ।
ତେଣୁ ଏହି ପରିପ୍ରେକ୍ଷୀରେ ନେସନାଲ ଷ୍ଟୁଡେଣ୍ଟ୍ ଉନିଅନ୍ ଅଫ ଇଣ୍ଡିଆ ତରଫରୁ କେତେଗୁଡ଼ିଏ ଦାବି କୁ ନେଇ ସ୍ଥାନୀୟ ADM କାର୍ଯ୍ୟାଳୟ ରେ ADM ଙ୍କ ସହିତ ସାକ୍ଷାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଦିଆଯାଇଛି ।
ଯେଉଁଥିରେ ଉଲ୍ଲେଖ ଅଛି ମହାବିଦ୍ୟାଳୟ ରେ ଆବଶ୍ୟକୀୟ ସ୍ଥାୟୀ ଶିକ୍ଷକ ନିଯୁକ୍ତି ସହିତ ଭିତ୍ତିଭୂମି ର ଉପଯୁକ୍ତ ବିକାଶ ପାଇଁ ନିର୍ଦ୍ଦେଶନାମା । ଯାହା ଫଳରେ ୪୦ ବର୍ଷ ର ଏହି ଶିକ୍ଷାନୁଷ୍ଠାନର ଜୀବନ ଫେରିପାଇବା ସହ ନବପିଢ଼ି ରେ ବହୁ ଶିକ୍ଷକ ଆମ ରଜ୍ୟପାଇଁ ତିଆରି ହୋଇପାରିବେ । ରାଉରକେଲା ରୁ କ୍ୟାମେରାମ୍ୟାନ ମୃତ୍ୟୁଞ୍ଜୟ ଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀ ଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ ।
Get real time updates directly on you device, subscribe now.
Prev Post