ନ୍ୟାର୍ଯ୍ୟଦାବିରେ ବହୁଗ୍ରାମ ଡିଗ୍ରୀ କଲେଜର ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଧାରଣା

16

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ) : -ନ୍ୟାର୍ଯ୍ୟଦାବିରେ କଟକ ଜିଲ୍ଲା ସାଲେପୁର ବ୍ଳକ ବହୁଗ୍ରାମ ଡିଗ୍ରୀ କଲେଜର ୪ଜଣ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ସେମାନେହେଲେ ସଞ୍ଜୟ କୁମାର ଦେ, ଆରତୀ ସାହୁ,ପ୍ରତିମା ସେଠି ଓ ମିନତୀ ଦାସନାମକ ୪ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ୧୯୯୩ ମସିହାରୁ କଲେଜରେ କାମ କରିଆସୁଥିବା ବେଳେ କଲେଜର ସମ୍ପାଦକ କୌଣସି କାରଣନଥାଇ ସେମାନଙ୍କୁ କଲେଜରେ କାର୍ଯ୍ୟ କରିବାକୁ ବନ୍ଦ କରିଥିଲେ। ଏହି ଘଟଣାକୁ ନେଇ ସେମାନେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ହେଲେ ମାନ୍ୟବର ହାଇକୋର୍ଟ ସେମାନଙ୍କୁ ୧୦/୦୧/୨୦୧୪ତାରିଖ ଠାରୁ ସେମାନଙ୍କୁ ଚାକିରୀରୁ ଟର୍ମିନେଟ କରିଥିଲାବେଳେ ସେମାନେ ପୁନର୍ବାର ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥହେବା ପରେ ପୁନରବିଚାରକରି ସେମାନଙ୍କ ଉପରୁ ଟର୍ମିନେଟକୁ ଅବୈଧ୍ୟ ଘୋଷଣାକରି ୦୨/୦୬/୨୦୨୨ରେ ପରିଚାଳନା କମିଟିକୁ ସେମାନଙ୍କୁ କାମକରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଦୁଃଖ ପରିତାପର ବିଷୟ ଉକ୍ତ ଆଦେଶକୁ ପରିଚାଳନା କମିଟି ଓ କଲେଜ ଅଧକ୍ଷଙ୍କୁ ଦେବାପରେ କଲେଜ ଅଧକ୍ଷ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟ କରାଇ ଦେଉ ନାହାନ୍ତି। ଏହାର ପ୍ରତିବାଦରେ ଆଜି କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି। ଯଦି କଲେଜ ଅଧ୍ୟକ୍ଷ ୭ଦିନ ମଧ୍ୟରେ ସେମାନଙ୍କୁ କଲେଜରେ କର୍ଯ୍ୟକରିବାକୁ ନ ଦିଅନ୍ତି ସେମାନେ ବାଧ୍ୟହୋଇ ଆତ୍ମହୁତି ଦେବେ ବୋଲି ଚେତାବନୀଦେଇଛନ୍ତି। ଏହି ଘଟଣାକୁ ନେଇ ସେମାନେ 5 ଟି ସଚିବ, ଉଚ୍ଚଶିକ୍ଷା ମୁଖ୍ୟଶାସନସଚିବ, ଜିଲ୍ଲାପାଳ, ସ୍ତାନୀୟ ବିଧାୟକ,ଜିଲ୍ଲା ଏସପିଙ୍କୁ ଜଣାଇଥିବାର ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More