ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ , ସରକାରଙ୍କ ଥଇଥାନ ନୀତିକୁ ନେଇ ଅସନ୍ତୋଷ

41

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ। ଭକ୍ତଙ୍କ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ। ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ହଟାଯାଇଛି ଉଠାଦୋକାନ। ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ପାଞ୍ଚଶହରୁ ଉର୍ଦ୍ଧ୍ବ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯିବ। ଆଉ ଏବେ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ପ୍ରଦାନ କରାଯିବ। ସେପଟେ ସରକାରଙ୍କ ଥଇଥାନ ନିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଠାଦୋକାନୀ। ବଡଦାଣ୍ଡ ଭଳି ବେପାର ସେଠାରେ ହେବନାହିଁ। ଏଣୁ ମାର୍କେଟ ଛକରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଉଠାଦୋକାନକୁ ଉଛେଦ କରାଯାଉ। ଆଉ ସଠିକ ଥଇଥାନ ଅବଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି ଉଠାଦୋକାନୀ ସଂଘ। ସେପଟେ ସମସ୍ତଙ୍କ ସହମତିରେ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ। ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଣ୍ଟ୍ରାଲ ଏସି ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଆରମ୍ଭ ହେଉଛି ଲ୍ଯାଣ୍ଡ ସର୍ଭେ। ଡିଜାଇନ ଅନୁସାରେ ୮୪ମିଟର ଲମ୍ବାର ଏହି ଟନେଲ ମରଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ଯାଳୟ ପର୍ଯ୍ୟନ୍ତ ହେବ। ଏହି ଟନେଲ ଟି ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯିବ। ଓବିସିସି ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯିବ। ଡିସେମ୍ବର୨୫ ସୁଦ୍ଧା ଏହି କାର୍ଯ୍ଯ ସାରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହାଦ୍ବାରା ଭକ୍ତମାନେ ସୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି। ,,

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More