ନେତାଜୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ପାଳିତ

12

Get real time updates directly on you device, subscribe now.

ସୋନପୁର(ସଂଘର୍ଷ ମିଡିଆ) :-ସ୍ଥାନୀୟ ଟାଉନହଲରେ ୨୦ ବର୍ଷ ପୂର୍ତ୍ତି ଅବସରରେ ନେତାଜୀ ପବ୍ଳିକ ସ୍କୁଲ ବାର୍ଷିକୋତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏଥିରେ ନେତାଜୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ପ୍ରତ୍ୟୁଷ ରଂଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ।ମୂଖ୍ୟ ଅତିଥି ଭାବରେ ଅଵସରପ୍ରାପ୍ତ ଅଧ୍ୟାପକ ଡ.ଜ୍ୟୋତି ରଂଜନ ବହିଦାର ଯୋଗ ଦେଇ ଶିକ୍ଷାରେ ନୈତିକତା ଶିକ୍ଷାଦାନ ସହ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କିପରି ସମ୍ପର୍କ ରଖାଯାଇ ପାରିବ ତାହା ଉପରେ ସେ ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ତଥା ସ୍କୁଲର ସଂପାଦକ ଆଇନଜୀବୀ ପ୍ରଦୀପ ପୁରୋହିତ ଦୀର୍ଘ୍ ବର୍ଷ ହେଲା ଏହି ସ୍କୁଲ ନିରବଚ୍ଛିନ୍ନ ଭାବରେ ଶୃଙ୍ଖଳା ଭାବରେ ଶିକ୍ଷାଦାନ ଦେବା କିଛି କମ କଥା ନୁହେଁ। ଶିକ୍ଷାଦାନ ପରେ ବି ଉକ୍ତ ସ୍କୁଲରେ ପାରିବାରିକ ଭାବରେ ଅଭିଭାବକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସୁସମ୍ପର୍କ ରହିଥାଏ ବୋଲି ମତପ୍ରକାଶ କରିଥିଲେ। ଏହି ସ୍କୁଲର ଛାତ୍ର ଶିବାଷିଶ ମିଶ୍ର, ଛାତ୍ରୀ କ୍ରିଷ୍ଣା ମେହେର ଓ ସନ୍ତୋଷିନୀ ମେହେର ସଭା କାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ପରିଚୟ ଏହି ସ୍କୁଲର ଛାତ୍ରଛାତ୍ରୀ ମାନେ କରିଥିବା ବେଳେ ବାର୍ଷିକ ବିବରଣୀ ଓ ଧନ୍ୟବାଦ କାର୍ଯ୍ୟକ୍ରମ ଏହି ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ସବିତା ମିଶ୍ର କରିଥିଲେ । ପରେ ଉକ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More