ନେଉଳିଆ ଆଞ୍ଚଳିକ ଉନ୍ନୟନ ପରିଷଦ ତରଫରୁ ୩ ଦଫା ଦାବିରେ ପ୍ରତିବାଦ ସଭା

15

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୧୬ ନଂ ଜାତୀୟ ରାଜପଥ ର ନେଉଳିଆ ଠାରେ ଟୋଲ ପ୍ଲାଜା କୁ ନେଇ ବିବାଦ ପିଛା ଛାଡୁନି କିଛି ଦିନ ପୂର୍ବରୁ କାର୍ଯ୍ୟକ୍ଷମ ହୋଇଥିବା ଟୋଲ ପ୍ଲାଜରେ ନିଯୁକ୍ତି ଅନୀୟମିତତାକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଓ ଗଣବିକ୍ଷୋବ ସଭା କରି ଠିକା ସଂସ୍ଥା ସ୍କାଏ ଲାର୍କ୍ର କମ୍ପାନୀ ବିରୋଧରେ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ। ଆଜି ନେଉଳିଆ ଆଞ୍ଚଳିକ ଉନ୍ନୟନ ପରିଷଦର କର୍ମ କର୍ତ୍ତାଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଟୋଲ ପ୍ଲାଜା ନିକଟରେ ପ୍ରତିବାଦ ଓ ଗଣବିକ୍ଷୋବ ସଭା ଅନୁଷ୍ଠିତ ହୋଇଯାଇଅଛି। ପରିଷଦ ପକ୍ଷରୁ ଯେଉଁ ମୁଖ୍ୟ ଦାବି ଗୁଡ଼ିକ ରହିଛି ସ୍ଥାନୀୟ ବାସିନ୍ଦା ଓ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଦୁଇ ଘଣ୍ଟା କାଳ ବିକ୍ଷୋବ କରିଥିଲେ।ପ୍ରଥମ ଦାବି ଥିଲା ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ଟୋଲ ଗେଟ ରେ ନିଯୁକ୍ତି। ଦ୍ୱିତୀୟ ଦାବି ଥିଲା ଲୋକାଲ ୨୦ କିଲୋମିଟର ବ୍ୟାସାର୍ଦ୍ଧ ରେ ଥିବା ଗାଡ଼ିକୁ ଟୋଲ ଦେୟ ଛାଡ। ତୃତୀୟ ଦାବି କୁଶଗଡିଆ ଆର.ଡି ରାସ୍ତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ସମ୍ମୁଖ ଡିଭାଇଡରକୁ ପୂର୍ବ ଭଳି ଖୋଲା ରଖାଯାଉ ଏହି ଦାବି ଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆର୍ଥିକ ପରିସ୍ଥିତି ସମସ୍ୟା ସୃଷ୍ଟି କରାଯିବ ବୋଲି ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନୁଷ୍ଠିତ ସଭାରେ ପରିଷଦର ଆବାହକଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି, ବରିଷ୍ଠ କଂଗ୍ରେସ ନେତା, ଆଞ୍ଚଳିକ ପରିଷଦର କର୍ମ କର୍ତ୍ତା, ସରପଞ୍ଚ, ପୂର୍ବତନ ସରପଂଚ ମାନେ ଯୋଗ ଦେଇଥିଲେ। ପୂର୍ବରୁ ଦିଆ ଯାଇଥିବା ଦାବିପତ୍ରକୁ ସ୍ଥାନୀୟ ପ୍ରଶାସନ ଗୁରୁତର ସହ ନେଇ ତହସିଲଦାର, ପୁଲିସ ଉପଖଣ୍ଡ ଅଧିକାରୀ, ଠିକା ସଂସ୍ଥା ସ୍କାଏ ଲାର୍କ କମ୍ପାନୀର ମ୍ୟାନେଜର ସ୍ଥାନୀୟ ପୁଲିସ ପକ୍ଷରୁ ସଭା ସ୍ଥଳକୁ ଯାଇ ପ୍ରଶାସନ ପକ୍ଷରୁ ଦାବି ଗୁଡ଼ିକୁ NHI କତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ଏକ ସ୍କ୍ୱାବ ଚାର୍ଟ ପ୍ରଦାନ କରିଥିଲେ। ପରେ ପରିଷଦ ପକ୍ଷରୁ ସଭାଟିକୁ ସ୍ଥଗିତ ରଖାଯାଇଥିଲା।ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More