କେନରପଡା(ସଂଘର୍ଷ ମିଡିଆ ) : -:ଏ ଦୁନିଆରେ ମାଆ ଏମିତି ଏକ ଶଦ୍ଦ କେହିବି ବିପଦରେ ପଡିଲେ ମାଆ ବୋଲି ଡାକିଥାନ୍ତି। ଏମିତିକି ଚାଲୁ ଚାଲୁ ଝୁଣ୍ଟିବା ଠାରୁ ଆରମ୍ଭ କରି ଜୀବନର ଶେଷ ନିଃଶ୍ୱାସ ପଯ୍ୟନ୍ତ ମାଆ ବୋଲି ଡାକିଦେଲେ ମଣିଷର ଦୁଃଖ କଷ୍ଟ ଓ ବିପଦ ଦୂରେଇ ଯାଇଥାଏ।
ଏ ସଭ୍ୟ ସମାଜରେ ଏମିତି ପୁଅ ଓ ଝିଅ ଅଛନ୍ତି ବାପା ମାଆଙ୍କୁ ଖୁସିରେ ରଖିବା ପାଇଁ ବାପାମାଆଙ୍କ ଜନ୍ମଦିନ ପାଳନ କରୁଛନ୍ତି ଓ ସେହି ପରି ଆମ ନ୍ୟୁଜ୍ ମାଧ୍ୟମରେ ଦେଖେଇଥିଲୁ ଆଳି ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ ଉର୍ବଶୀ ୩୦ ଜଣ ବୃଦ୍ଧା ମାଆ ମାନଙ୍କୁ ମାତୃ ଦିବସରେ ଗୋଡ଼ରେ କିପରି ବନ୍ଦାପନା କରୁଥିଲେ।
ଆଜିର ଏହି ସଭ୍ୟ ସମାଜରେ କିଛି ଅସଭ୍ୟ ପୁଅମାନଙ୍କ କାର୍ଯ୍ୟ କଳାପ କଥା ଚିନ୍ତା କଲେ ମନେହୁଏ ଆଜିର ସଭ୍ୟ ସମାଜ କଳୁଷିତ ହେବାରେ ଲାଗୁଛି। କେଉଁଠି ପୁଅମାନେ ମାଆ ଓ ବାପାଙ୍କୁ ଖାଇବାକୁ ନ ଦେଇ ଅନାଥ ଆଶ୍ରମରେ ଛାଡି ଦେଉଛନ୍ତି ତ ପୁଅମାନଙ୍କ ନିର୍ଯାତନା ସହିନପାରି ମାଆ ବାପା ପାଗଳ ହୋଇ ଗାଁ ଓ ବଜାରରେ ବୁଲୁଛନ୍ତି।
ଏ ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବାରହା- ଦୋମୁଣ୍ଡ ପଞ୍ଚାୟତର କନପୁର ଗାଁରେ। କନପୁର ଗ୍ରାମର ସ୍ଵର୍ଗତଃ ସୁଦାମ ଚରଣ ବାରିକ ଙ୍କ ପୁଅ ସଞ୍ଜିତ୍ କୁମାର ବାରିକ ତାଙ୍କୁ ଜନ୍ମ ଧାତ୍ରୀ ଙ୍କୁ ନିଜର ପିନ୍ଧା ବେଲ୍ଟ ସାହାଯ୍ୟରେ ଅତି ନୃସଂଶ ଭାବରେ ହତ୍ୟା କରି ଜୁଇରେ ଜଳାଇ ପୋଡି ପାଉଁଶ କରି ଦେଇଛି। ସୁଚନା ମୁତାବକ ନିଜ ସ୍ୱାମୀ ଙ୍କ ନାମରେ ଥିବା ଗୁଜୁରାଟ୍ ରେ ଥିବା ଘରକୁ ବିକ୍ରୟ କରିବା ପାଇଁ ପୁଅ ସଞ୍ଜିତ୍ କୁମାର ବାରିକ ଅଡି ବସିଥିଲେ କିନ୍ତୁ ମା ରାଜି ନହେବା କାରଣରୁ ଅମଣିଷ ପୁଅ ରାଗିଯାଇ ନିର୍ମମ ଭାବରେ ହତ୍ୟା କରିଥିବା ନଜରକୁ ଆସିଛି। ଏ ସମ୍ପର୍କରେ ସୂଚନା ପାଇ ରାଜକନିକା ଥାନା ଅଧିକାରୀ ବିଲ୍ଲ ମଙ୍ଗଳ ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିବା ସହିତ ପୁଅ ସଞ୍ଜିତ୍ ବାରିକ ଓ ତାଙ୍କୁ ସାହାଯ୍ୟ କରିଥିବା ଭିଣୋଇ ନିରାକାର ନାୟକ ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି। ରାଜକନିକା ଆଇଆଇସି ବିଲ୍ ମଙ୍ଗଳ ସେଠୀ ପ୍ରତିକ୍ରିୟାରେ କହିଛନ୍ତି ଏବେବି ତଦନ୍ତ ଜାରି ରହିଛି ଯେଉଁମାନେ ଏ କେସରେ ସମ୍ପୃକ୍ତ ଥିବେ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ୍ କରାଯିବ।
Get real time updates directly on you device, subscribe now.