କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ମହାକାଳପଡ଼ା ବ୍ଲକ ଲାଞ୍ଜୁରା ପଞ୍ଚାୟତ କାଇତେଲା ଗାଁରେ ବହୁ ଆଡମ୍ବରରେ ନୂତନ ଶ୍ରୀ ଶ୍ରୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି। ସଙ୍କଟ ମୋଚନ ଶ୍ରୀ ହନୁମାନ ମୃତ୍ତି ଆରମ୍ଭରୁ ପ୍ରତିଷ୍ଠା ପଯ୍ୟନ୍ତ ଗ୍ରାମର ଆଗଧାଡିର ଜୁବକ ଓ ଗ୍ରାମର ମୁରବିମାନଙ୍କ ମିଳିତ ସହଯୋଗରେ ସଙ୍କଟ ମୋଚନ ଶ୍ରୀ ହନୁମାନ ଙ୍କ ମୃତ୍ତି ପ୍ରତିଷ୍ଠା ଅବସରରେ ତିନିଦିନ ଧରି ନଅଜଣ ବ୍ରାହ୍ମଣ ମାନଙ୍କ ମନ୍ତ୍ରଧ୍ୟୋନିରେ ଯଜ୍ଞ କାର୍ଯ୍ୟ କରାଯାଇଥିବା ବେଳେ ରାତ୍ରି ସମୟରେ ଏ ଆଧୁନିକ ସମାଜରୁ ଧିରେ ଧିରେ ହଜି ଯାଉଥିବା ମନୁଷ୍ୟ କୃତ ରାମଲିଳା ପରିବେଷଣ କରାଯିବା ଦେଖିବାକୁ ମିଳିଛି। ଗାଁ ଓ ଦୂର ଦୂରଦୂରାନ୍ତରୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ସେହି ମହାନ୍ ଧାର୍ମିକ ଯଜ୍ଞ କାର୍ଯ୍ୟ ତିନିଦିନ ଧରି ସକାଳର ସୂର୍ଯ୍ୟ ପୂଜା,ଧରିତ୍ରୀ ପୂଜା ସହିତ ସକାଳ ଆଳତି, ଦ୍ୱିପ୍ରହର ଆଳତି, ସଂଧ୍ୟା ଆଳତି ପରେ ୩୩କୋଟି ଦେବା ଦେବି ମାନଙ୍କୁ ଶାନ୍ତି କରିବାପାଇଁ ଯଜ୍ଞ କୁଣ୍ଡରେ ଅସଲି ଗୁଆ ଘିଅରେ ୧୦୮ ଆହୁତି ଦିଆଯାଏ। ଏହି ତିନି ଦିନ ଯେମିତି ମନେହୁଏ ଏହି ସ୍ଥାନରେ ପ୍ରକୃତ ଭଗବାନ ଆବ୍ରିଭାବ ହୁଅନ୍ତି। (ମହାକାଳପଡ଼ା ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)