ନୂତନ ରୂପରେ ଶିକ୍ଷା ଦେବା ଉପରେ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ସ୍ଵତନ୍ତ୍ର ସଚିବଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷା ବର୍ଷ ଆରମ୍ଭ ସମସ୍ତ ଶିକ୍ଷଣ ବ୍ୟବସ୍ଥାକୁ ନୂତନ ରୂପରେ ଶିକ୍ଷା ଦେବା ଉପରେ ଜିଲ୍ଲା ସ୍ଥରୀୟ ତାଲିମ ଶିବିର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ କଳାହାଣ୍ଡି ଜୋନ୍(କଳାହାଣ୍ଡି,ନୁଆପଡା ଓ ନବରଙ୍ଗପୁର)ବିଦ୍ୟାଳୟ ସମୁହ, ଶିକ୍ଷା ନିରିକ୍ଷକ କମଳାକାନ୍ତ ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପିୟରସ ଟିଚିଙ୍ଗ, ୯ ମ ଶ୍ରେଣୀ ଏସଏ -୨ ର ପ୍ରତ୍ୟେକ ବିଦ୍ୟାଳୟର ଫଳାଫଳକୁ ତର୍ଜମା, ଆଗାମୀ ଦିନରେ କିପରି ୧୦ମ ଶ୍ରେଣୀର ଫଳାଫଳ ଉତ୍ତମ ହୋଇପାରିବ ସେଥିପ୍ରତି ଗୁରୁତ୍ଵ, ୱାଲ ମାଗାଜିନ, ଟି ଏଲ ଏମ ଓ ସ୍ମାଟ ଶ୍ରେଣୀର ବ୍ୟବହାର କୁ ଗୁରୁତ୍ଵ, ପ୍ରତ୍ୟେକ ବର୍ଷ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା କିପରି ଆୟୋଜନ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା, ବ୍ଲକ ସ୍ତରୀୟ ମଡେଲ ଟିଚିଙ୍ଗ ଦେବା ପାଇଁ ନିଷ୍ପତ୍ତି, ବିଦ୍ୟାଳୟ ସ୍ତରୀୟ ଏଜୁକେଟର ଗ୍ରୁପ ମାଧ୍ୟମରେ କିପରି ଶିକ୍ଷଣ ହୋଇପାରିବ ଓ ଶିକ୍ଷାଦାନ ଦିଆଯାଇ ପାରିବ ସେ ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା | ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ନବରଙ୍ଗପୁର ଜିଲ୍ଲା ଶିକ୍ଷା ନିରିକ୍ଷକ କୈଳାସ ଚନ୍ଦ୍ର ମହାରଣା, ନାଏକଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାଧୁରାମ ଭତ୍ରା, ଡାବୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ, ଜଟାବାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାଶ, ବଡମସିଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷୀକେଶ ମିଶ୍ର, ବଡଓଲମା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରାଙ୍କ ସମେତ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କ ସହ ବରିଷ୍ଟ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More