ନୂତନ ରାଇକିଆ ଥାନା ଭାରପ୍ରପ୍ତ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

15

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) : :-କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ଆଜି ନୂତନ ଭାରପ୍ରପ୍ତ ଅଧିକାରୀ ଭାବେ ଆଜି ଶ୍ରୀ ରମାକାନ୍ତ ପାତ୍ର ଯୋଗଦାନ କରିଛନ୍ତି l ସେ ପୂର୍ବରୁ ଖଜୁରୀପଡା ଥାନାରେ କାର୍ଯ୍ୟରତ ଥିଲେ ।ସେ ନିଜର କାର୍ଯ୍ୟକୁ ସୁନ୍ଦର୍ ଭାବରେ ପରିଚାଳନା କରିଥାନ୍ତି କାରଣ ସେ ଜନ ସାଧାରଣ ସହିତ ନିକଟତର ହୋଇ ସମସ୍ତ କେସ ସମାଧାନ କରନ୍ତି ।ଅନ୍ୟ ଲୋକଙ୍କର ଅସୁବିଧାକୁ ବେଶ ବୁଝା ସୁଝାର ସହିତ ନିକଟତର ହୋଇ ସମାଧାନ କରନ୍ତି । ରାଇକିଆ ଥାନାରେ ଯୋଗ ଦାନ କରିବା ପରେ ନିଜ ପ୍ରତିକ୍ରିୟାରେ ରାଇକିଆ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଥାନା ସହିତ ଜନତାଙ୍କର ସୁସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିବେ ବୋଲି ପ୍ରକାଶ କରିଛନ୍ତି l ଆଜି ଗୁରୁଦେବ ହାଇସ୍କୁଲର 30 ଜଣ ଛାତ୍ର ଥାନାରେ ପହଞ୍ଚିଥିଲେ ଓ ନୂତନ ଭାବରେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ ଛାତ୍ରମାନଙ୍କ ସହିତ ଅନେକ ପୋଲିସର କାର୍ଯ୍ୟକ୍ରମ ଯେମିତି କି ଆଇନ ଶୃଙ୍ଖଳା, ଜନ ସଂପର୍କ, ଜନ ସଚେତନ,ଅପହରଣ,ମାନବ ଚାଲାଣ,ଅପରାଧ ଜନିତ ସମସ୍ତ ନୀତି ନିୟମ ଏବଂ ଏହାର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ । ବାଲ୍ୟ ବିବାହ,ଶିଶୁ ଯୌନ ଶୋଷଣ,ଶିଶୁ ନିର୍ଯ୍ୟାତନା,ଚୋରି,ହତ୍ୟା ସାଇବାର ଠକେଇ ସମେତ ଅନ୍ୟ ସମସ୍ତ ନୀତି ନିୟମ ଯାହା ରହିଛି ଓ ଆମେ କେମିତି ସେଥି ପ୍ରତି ସତର୍କ ରହିବା ଓ ଆଇନ, କାନୁନ ବିଷୟ ଜାଣି ଚାଲିବା ସେ ବିଷୟରେ ନୂତନ ଥାନା ଅଧିକାରୀ ପ୍ରକାଶ କରିଥିଲେ । ନିଜ ପ୍ରତିକ୍ରିୟାରେ ଉକ୍ତ ଥାନା ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଯେପରି ଆଇନ ପରିସ୍ଥିତି ଶୃଙ୍ଖଳିତ ରହିବ ସେଥି ପ୍ରତି ଗୁରୁତ୍ଵ ଦେବେ ବୋଲି ପ୍ରକାଶ କରିଥିଲେ। ସ୍ଥାନୀୟ ଏସ ଆଇ ଅଶୋକ ତ୍ରିପାଠୀ ସମସ୍ତ ଛାତ୍ରମାନଙ୍କୁ ଥାନା ପରିସର ପରିଦର୍ଶନ କରେଇବା ସହିତ କେଉଁ ବିଭାଗରେ କଣ କାର୍ଯ୍ୟକ୍ରମ ହୁଏ ସେ ବିଷୟରେ ଛାତ୍ରମାନଙ୍କୁ ଅବୋଗତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସାହାରା ସ୍ବେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ ଏବଂ ରାଇକିଆ ଅଞ୍ଚଳବାସୀ ବୁଦ୍ଧିଜୀବୀ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।ଏହା ପୂର୍ବରୁ ରାଇକିଆ ଥାନାରେ ସାନ୍ତୁନ କୁମାର ପ୍ରଧାନ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ ।ସେ ଅନ୍ୟତ୍ର ବଦଳି ପରେ ଆଜି ନୂତନ ଭାବରେ ଶ୍ରୀ ରମାକାନ୍ତ ପାତ୍ର ଥାନା ଭାରପ୍ରାପ୍ତ ଅଧିକାରୀ ଭାବରେ ଯୋଗ ଦାନ କରିଛନ୍ତି ।କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡିଭିଜନ ରୁ ଉତ୍ତମ ନାଥ ଦିଗାଲ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ…|

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More