ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଆଜି ପବିତ୍ର ନୃସିଂହ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର ଚାରିଛକ ସ୍ଥିତ ଶ୍ରୀ ପୁରୁଷୋତ୍ତମ ଦିବ୍ଯଧାମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ଦିବା 11 ଘଣ୍ଟା ସମୟରେ ପଣ୍ଡିତ ଜିତେନ୍ଦ୍ର ନାଥ ଦାଶଙ୍କ ଦ୍ୱାରା ପାରମ୍ପରିକ ପୂଜାର୍ଚନା ପରେ ମନ୍ଦିର ନିର୍ମାଣ ସ୍ଥପତି ଶ୍ରୀ ଗୋଲକ ମହାରଣା ଓ ଜିତେନ୍ଦ୍ର ମହାରଣା ହରିବୋଲ ହୁଳହୁଳି ଘଣ୍ଟ ଘଣ୍ଟା ଶଂଖ ଧ୍ବନି ସହିତ ନାମ ସଂକୀର୍ତ୍ତନ ମଧ୍ୟରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ଏହି କାଯ୍ୟକ୍ରମ ରେ ମୁଖ୍ୟତଃ ବାଣୀଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର,,ବାଣୀଭୂଷଣପୁର କନିଷ୍ଠ ଯନ୍ତ୍ରୀ ଦୋରା ବାବୁ,,ମନ୍ଦିର କମିଟି ସମ୍ପାଦକ ଶ୍ରୀ ବାମଦେବ ଦାଶ,,ଚାରିଛକ ବଣିକ ସଂଘ ସଭାପତି ତଥା ରଥ ମହୋତ୍ସବ କମିଟି ଉପ ସଭାପତି ଶ୍ରୀ ଦିଲିପ ସାହୁ,,ମନ୍ଦିର କମିଟିର ସକ୍ରୀୟ ସଭ୍ୟ ଅର୍ଜୁନ କହଁର ,,ଗଣେଷ ପୂଜା କମିଟି ସଭାପତି ସିକନ ନାୟକ,, ମେଦିନିସ୍ବର ମଲ୍ଲିକ,,ବୃନ୍ଦାବନ ପ୍ରଧାନ,,ସୁଶାନ୍ତକୁମାର କହଁର,,ସୁରେଶ ବେହେରା ବେହେରା,,ବେଦବର ପ୍ରଧାନ,,ସନ୍ତୋଷ କୁମାର ନାଗ,,ବଲରାମ ମଲ୍ଲିକ,,ସୁବଳ ମଲ୍ଲିକ,,ହରେକୃଷ ରାହୁଳ,,ଜିତେନ୍ଦ୍ର କୁମାର ବେହେରା ଓ ସ୍ଥାନୀୟ ଭକ୍ତମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଅନ୍ୟପଟେ ଏହି ମନ୍ଦିର ସମ୍ପୁର୍ଣ୍ଣ ଭାବେ ସ୍ଥାନୀୟ ତେଇସିପଲୀ ଅଞ୍ଚଳର ଗ୍ରାମବାସୀ ଓ ଜନପ୍ରତିନିଧି ମାନଙ୍କର ସାହାଯ୍ୟ ସହଯୋଗ ରେ ସମାପନ କରିବାକୁ ସଂକଳ୍ପ କରାଗଲା l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More