ନୂତନ ଡବ୍ଲୁ ଜେ ୟୁ ସାମ୍ବାଦିକ ସଂଘ ଗଠିତ 

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନଙ୍କୁ ନେଇ ନୂତନ ଭାବେ ଗଠିତ ହୋଇଛି ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନ (ଡବ୍ଲୁ ଜେ ୟୁ) ସାମ୍ବାଦିକ ସଂଘ । ସ୍ଥାନୀୟ ସଂଗ୍ରାମୀ ଲକ୍ଷ୍ମୀ ଚନ୍ଦ୍ର ଦାଶ ପ୍ରେସ କ୍ଲବ ସମ୍ମିଳନୀ ଗୃହରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକ ମାନଙ୍କ ମଧ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପ୍ରତି ସମୟରେ ସମ୍ବାଦିକତା କ୍ଷେତ୍ରରେ ଅଣ ସାମ୍ବାଦିକ ମାନଙ୍କ ଅନୁ ପ୍ରବେଶ ଯୋଗୁଁ ପ୍ରକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି । ଏହାକୁ ପ୍ରତିହତ କରିବା ସହ ସାମ୍ବାଦିକ ମାନଙ୍କ ସମସ୍ୟା ସମାଧାନ ଓ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟା ଦୂରୀକରଣ କରିବା ପାଇଁ ବୈଠକରେ ନିସ୍ପତି ନିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ନବଘନ ବିଷୟୀଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ନୂତନ କମିଟି ଗଠନ କରଯାଇଥିଲା । ସର୍ବସମ୍ମତି କ୍ରମେ  ୱାର୍କିଂ ଜର୍ଣ୍ଣାଲିଷ୍ଟ ୟୁନିୟନ (ଡବ୍ଲୁ ଜେ ୟୁ) ସଙ୍ଘ ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ପି ପ୍ରକାଶଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ରୂପେ କିଶୋର ପଟ୍ଟନାୟକ, ସମ୍ପାଦକ ରୂପେ ଏ. ସତୀଶ , ସହ ସମ୍ପାଦକ ରୂପେ ସ୍ଵାଧୀନ ପଣ୍ଡା  ଓ କୋଷାଧକ୍ଷ ରୂପେ ରବି ନାରାୟଣ ପଟ୍ଟନାୟକଙ୍କୁ ଚୟନ କରଯାଇଥିଲା । ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ରୂପେ କିରଣ କୁମାର ପଟ୍ଟନାୟକ ,ଗୌରାଙ୍ଗ ପାତ୍ର , ଶ୍ରୀଧର ପାତ୍ର, ନବଘନ ବିଶୋଈ ଓ ଅଜିତ କୁମାର ନାୟକ ଏବଂ ମିଡିଆ ସଂଯୋଜକ ରୂପେ ସିଏଚ.  ଇଶ୍ଵର ରାଓଙ୍କୁ ଚୟନ କରାଯାଇଛି । ବିଶେଷ କରି ସାମ୍ବାଦିକ ବୃତ୍ତିରେ ସଂସ୍କାର ଆଣିବା ପାଇଁ ସଂଘ ଅଧିକ ଗୁରୁତ୍ଵ ଦେବ ବୋଲି ସଭାପତି ପି ପ୍ରକାଶ ସୂଚନା ପ୍ରଦାନ କରିଛନ୍ତି । ଏହି ବୈଠକରେ ଡବ୍ଲୁ ଜେ ୟୁ (WJU ) ସଦସ୍ୟ ଦେବୀ ପ୍ରସାଦ ପଟ୍ଟନାୟକ, କରେଶ ଉପାସୀ ଓ ସନ୍ତୋଷ କୁମାର ପ୍ରମୁଖ ଯୋଗ ସହଯୋଗ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More