ନୂତନ ଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

27

Get real time updates directly on you device, subscribe now.

ଗଞ୍ଜାମ(ସଂଘର୍ଷ ମିଡିଆ ) :- :- ଗଞ୍ଜାମ ଜିଲ୍ଲାର ଜିଲ୍ଲପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଛତ୍ରପୁର ଜିଲ୍ଲାପାଳ କକ୍ଷରେ ନୂତନ ଜିଲ୍ଲାପାଳଙ୍କୁ ଦିଆଗଲା ସ୍ଵାଗତ ସମ୍ବର୍ଦ୍ଧନା । ଜିଲ୍ଲାର ବିକାଶ ନିମନ୍ତେ ଗ୍ରହଣ କରିବେ ବିଭିନ୍ନ ପଦକ୍ଷେପ । ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ଜିଲ୍ଲାପାଳ ତଥା ଭୁବନେଶ୍ୱର BMC ର ନୂତନ commisioner ବିଜୟ ଅମୃତ କୁଲାଙ୍ଗେ । ଏହି ସମୟରେ ପୂର୍ବତନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଦୀର୍ଘ ଚାରିବର୍ଷ ଧରି ଗଞ୍ଜାମ ଜିଲ୍ଲା ଏବଂ ଜିଲ୍ଲା ର ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ । ଗତ କୋଭିଡ ସମୟରେ COVID 19 ହଟ୍ ସ୍ପଟ୍ କୁହାଯାଉଥିବା ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ରୁ ଗ୍ରୀନ ଜୋନ୍ କରିବାରେ ସଫଳ ହୋଇପାରିଥିଲେ । ଏହି ସଭାରେ DRDA ଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More