ନୂତନ ଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

13

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : – ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ୨୨ମୌଜା ବାସନ୍ଦରା ବଗିକୂଳ ମଠ ଆନନ୍ଦ ଆଶ୍ରମରେ ନୂତନ ଜଗନ୍ନାଥ ମନ୍ଦିର, ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ମହନ୍ତ ଦୋଳଗୋବିନ୍ଦ ଦାସଶର୍ମା ଆନନ୍ଦ ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା। ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନୂତନ ବିଗ୍ରହ ନୂତନ ମନ୍ଦିରସ୍ଥାପନ କରିବା ସହ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା।ମନ୍ଦିର ପ୍ରତିଷ୍ଠାରେ କର୍ତ୍ତାଭାବେ କଲ୍ୟାଣ ଜେନା ଯୋଗଦେଇ କାର୍ଯ୍ୟ ସମାପନ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା,ସମିତି ସଭ୍ୟ ସ୍ନେହଶିଷ ଜେନା,ବାବାଜୀ ନୀଳାଚଳ ଦାଶ,ବାବାଜୀ ମଧୁସୂଦନ ଦାଶ,ଶ୍ରାଚରଣ ଦାସ ପ୍ରମୁଖ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More