ନୂତନ ଛାତ୍ର ଛାତ୍ରୀଙ୍କୁ ଆରଆଇଟି ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

19

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ଚଳିତ ବର୍ଷ ଡିପ୍ଲୋମା ପାଠ୍ୟକ୍ରମରେ ୫୫ଜଣ ଛାତ୍ର ଛାତ୍ରୀ କଲୁଙ୍ଗା ସ୍ଥିତ ଆରଆଇଟିରେ ନାମ ଲେଖାଇ ଥିବାରୁ ସେମାନଙ୍କୁ ସ୍ବାଗତ ଜଣାଇବା ପାଇଁ ଇନଷ୍ଟିଚ୍ୟୁଟ୍ ପରିସରରେ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆରଆଇଟିର ଅଧ୍ୟକ୍ଷା ରଶ୍ମିତା ଟେଟେଙ୍କ ଅଧ୍ୟକ୍ଷତା ଉପାଧ୍ୟକ୍ଷ ପ୍ରଭଞ୍ଜନ ବେହେରାଙ୍କ ଆବାହକତ୍ବ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ,ତଳସରାର ବିଧାୟକ ଭବାନୀ ଶଙ୍କର ଭୋଇ, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଆରଆଇଟିର ପ୍ରାକ୍ତନ ସଂପାଦକ ତଥା ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର,ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଜେପି ହସପିଟାଲ୍ ର ଅଧ୍ୟକ୍ଷ ସଂଜୟ ବଂଶଲ, କଲୁଙ୍ଗା ଜିଲ୍ଲା ପରିଷଦ ସଭ୍ୟ ଭୁବନ କୁଜୁର ଓ ଆରଆଇଟିର ସଂପାଦକ ପଦ୍ମଲୋଚନ ପଟେଲ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଶିକ୍ଷା ନଷ୍ଟ ହେଲେ ଦେଶର ଅର୍ଥନୈତିକ,ସଂସ୍କୃତି,ବିକାଶ ସବୁ ନଷ୍ଟ ହୋଇଯିବ । ତେଣୁ ଏହି ଶିକ୍ଷାନୁଷ୍ଠାନ ତା’ର ଶିକ୍ଷା ନୀତି ପ୍ରତି ପ୍ରତିବଦ୍ଧତା ରଖି କାର୍ଯ୍ୟକ୍ରମ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ କିପରି ଅଧିକ ଶିକ୍ଷାପ୍ରତି ପ୍ରୋତ୍ସାହିତ କରାଯାଇ ପାରିବ ସେ ପ୍ରତି ଦୃଷ୍ଟି ଦେବା ଦରକାର । ସେହିପରି ପୁରୁଣା ସମସ୍ୟାକୁ ପଛରେ ପକାଇ ଆଗକୁ କିପରି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଓ ଆବଶ୍ୟକ ସହଯୋଗ କରିବାକୁ ଅତିଥିମାନେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଛାତ୍ରୀ ପି ପୂଜା, ଛାତ୍ର ରାହୁଲ ଖାଲକୋ,ସାୱନ ମାହାଲୀ ପ୍ରମୁଖ ବକ୍ତବ୍ଯ ରଖିଥିଲେ । ଅଧ୍ୟକ୍ଷା ରଶ୍ମିତା ଅତିଥି ମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିବାବେଳେ ବେଳେ ଉପାଧ୍ୟକ୍ଷ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପରେ ସପ୍ତସ୍ବର କଳା ନିକେତନର ଗୁରୁ ସୁଶାନ୍ତ କୁମାର ସାହୁ, ଗୁରୁ ଅରବିନ୍ଦ ସାହୁଙ୍କ ଦିଗଦର୍ଶନରେ ପ୍ରିୟଙ୍କା, ସ୍ନେହଲତା, ସୁଚିତ୍ରା, ଅର୍ଚ୍ଚିତା, କଲ୍ୟାଣୀ ପ୍ରମୁଖ ” ବନ୍ଦେ ଉତ୍କଳ ଜନନୀ ” ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଶିଶିର ସାହୁ,ଅନୁକୂଳଚନ୍ଦ୍ର କାକ,ଥୋମାସ କେର୍କେଟା, ରୋହିତ ପଲ ଏକ୍କା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଅତିଥିମାନେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରୀ ମାନଙ୍କ ନିମନ୍ତେ ହଷ୍ଟେଲର ଭିତ୍ତିପ୍ରସ୍ତରର ଫଳକକୁ ଉଦଘାଟନ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More