ନୂତନ ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ

21

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣୀ ପାଲ୍ଲୀ ଗ୍ରାମପଞ୍ଚାୟତ ଦଳପତି ପୁଟର ଉପର ସାହି ନିମନ୍ତେ ଗତ ଏପ୍ରିଲ ମାସ ଠାରୁ ମିନତୀ ପତିଙ୍କୁ ନୂତନ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦିଆଯାଇଛି । ଏପ୍ରିଲ ମାସ ଠାରୁ ଗ୍ରାମବାସୀ ମିନତୀ ପତିଙ୍କ ବିରୋଧରେ ଅଭିଯୋଗ କରିଆସୁଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କଲାପରେ, ଆଜି ମାଥିଲି ନୂତନ ସିଡିପିଓ ମିନତୀ ବେହେରା ଓ ମେଣ୍ଡୁକୁଲି ସୁପେର୍ବଜେର ଉକ୍ତ ଗ୍ରାମରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ମିନତୀ ପତିଙ୍କ ସ୍ଥାଇ ବାସିନ୍ଦା ପ୍ରଣାମ ପତ୍ର ଜାଲିଆତି ସହ ସେ ଅନ୍ୟ ୱାର୍ଡର, ଏଥି ସହ ମିନତୀ ପତି ଏପ୍ରିଲ ମାସ ଠାରୁ ନିଯୁକ୍ତି ପାଇଥିବା ଶୁଣିବାକୁ ପାଇଲୁ, କିନ୍ତୁ ସେ କେବେ ହେଲେ ଆସୁନାହାନ୍ତି । ଏଣୁ ସ୍ଥାନୀୟ ଝିଅଙ୍କୁ ନିଯୁକ୍ତି ଦେବାକୁ ଦାବୀ କରିବା ସହ ମିନତୀ ପତିଙ୍କୁ ବହିଷ୍କାର କରିବା ସହ ସ୍ଥାନୀୟ ଯୁବତୀଙ୍କୁ ନିଯୁକ୍ତି ନମିଳିବ ସେତେବେଳେ ଯାଏଁ ଅଙ୍ଗନବାଡି ବନ୍ଦ ରହିବ ବୋଲି କହିଛନ୍ତି । ସିଡିପିଓ ଲୋକଙ୍କ ଅଭିଯୋଗ ଶୁଣିଲା ପରେ ସମସ୍ତଙ୍କ ଦସ୍ତଖତ ନେଇ ଜିଲ୍ଲାପାଳ ଙ୍କୁ ତଦନ୍ତ ରିପୋର୍ଟ ଦେବେ ବୋଲି ଜଣାଇଛନ୍ତି । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More