ନୂଆପଡା (ସଂଘର୍ଷ ମିଡିଆ ) : -ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାଟଧରା ଜଙ୍ଗଳ ରେ ମାଓବାଦୀ ଏବଂ ସିଆରପିଏଫ ଯବାନ ମଧ୍ୟରେ ଗୁଳି ବିନିମୟ। ଏମ୍ବୁଜ କରି ଆକ୍ରମଣ କରିଛନ୍ତି। ରୋଡ଼ ସନ୍ଦନ କାରୀ ଦଳ ରୂପେ ଆଗକୁ ଯାଉଥିବା ବେଳେ ପୂର୍ବରୁ ଛପି ବସି ଏମ୍ବୁଜ ଲଗାଇ ମାଓବାଦୀ ମାନେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ତିନି ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଏଏସଆଇ ଶିଶୁପାଳ ସିଂ, ଶିଵଲାଲ, ଏବଂ ଜଣେ କନଷ୍ଟବଲ ଧର୍ମେନ୍ଦ୍ର କୁମାର ମୃତ୍ୟୁ ବରଣ କରିଥିବା ଜଣାପଡିଅଛି। ତାଙ୍କ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆବଶ୍ୟକ ସୂଚନା ମିଳି ପାରିନାହିଁ। ବିଭାଗୀୟ ଅଧିକାରୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି। ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।