ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକ ନିକଟରେ ଗୁଳିକାଣ୍ଡ, କାରଣ ଅସ୍ପଷ୍ଟ

30

Get real time updates directly on you device, subscribe now.

ନୂଆପଡା (ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକ ନିକଟରେ ଗୁଳିକାଣ୍ଡ ହୋଇଛି । ବାପ ଓ ପୁଅକୁ ଗୁଳିକରି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି । ଗୁଳି କାଣ୍ଡରେ ସିନାପାଲିର ସରୋଜ ମେହେର ଓ ତାଙ୍କ ପୁଅ ନବରଞ୍ଜନ ମେହେର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦୁଇଜଣଙ୍କୁ ଖଡିଆଳ ମିଶନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି । ଗୁଳିକାଣ୍ଡ ଘଟେଇଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖଡିଆଳ ଏସଡିପିଓ ସନ୍ତକ ଜେନା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More