ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ପିସି କାରବାର ଅଭିଯୋଗ

33

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ମିଡିଆ ) : – ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରେ ପିସି କାରବାର ହେଉଥିବା ସଙ୍ଗିନ ଅଭିଯୋଗ ସହ ଭିଡିଓ ସୋସିଆଲ ମେଡ଼ିଆରେ ଭାଇରଲ ହେଉଛି..ସିନାପାଲି ବ୍ଲକ ର ଦୁଇଜଣ ଯନ୍ତ୍ରି ଜଣେ ଠିକାଦାର ଠାରୁ ପିସି ନେଉଥିବା ଉକ୍ତ ଭିଡିଓରେ ଜଣା ପଡୁଛି.. ସିନାପାଲି ବିଡିଓ, ମୁଖ୍ୟକିରାଣୀ ଙ୍କ ନାଁରେ ମଧ୍ୟ ପିସି କାଟୁଥିବା ଜଣା ପଡିଛି..ଗୋଟିଏ ଟେବୁଲ ଉପରେ ବିଡ଼ା ବିଡ଼ା ଟଙ୍କା ଥିବା ସହ ଦୁଇଜଣ ଯନ୍ତ୍ରୀ ୧୮ରୁ ୨୫ ସତକଡା ଭାଗ ପିସି ନେଉଥିବା ଜଣାପଡିଛି..କାଗଜ ଚିଠା ସହ ଟଙ୍କା ହିସାବ ମେସିନ (କାଳକୁଲେଟର) ଧରି ହିସାବ କିତାବ କରି ଚାଲିଛି ପିସି କାରବାର..ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଏବେ ବିକାଶର ବାଟ ଖୋଜୁଥିବା ବେଳେ ଅନ୍ୟ ପଟେ ବ୍ଲକର ସରକାରୀ ବାବୁ ମାନେ ପିସି କାରବାର କରୁଥିବା ଯୋଗୁ ହେଉଥିବା ବିକାଶ ମୂଳକ କାର୍ଯ୍ୟ ନିମ୍ନମାନର ହେଉଛି..ଅଉନ୍ନତ ଅଞ୍ଚଳ ରେ ଅନେକ ସରକାରୀ ଯୋଜନା ରେ ସାମିଲ ହୋଇ ବିଭିନ୍ନ ସରକାରୀ ଅଫିସ ସୁବିଧା ପାଇବା ପାଇଁ ସିନାପାଲି ବ୍ଲକ ଝୁରୁଥିବା ବେଳେ ସେହି ଉନ୍ନୟନ ମୂଳକ କାର୍ଯ୍ୟରେ ପିସି କାରବାର ଯୋଗୁ ଏବେ ବିନାଶ ଦିଗରେ ସିନାପାଲି..ଏହି ଦୁଇ ଯନ୍ତ୍ର ସିନାପାଲି ବ୍ଲକରେ କେତେଦିନୁ ପିସି କାରବାର ଚଳାଉଥିଲେ କେମିତି ସିନାପାଲି ବିଡିଓ ଜାଣି ପାରିନଥିଲେ କି ସିନାପାଲି ବିଡିଓ ମଧ୍ୟ ଏଥିରେ ସମ୍ପୃକ୍ତ ଥିଲେ ତାହା ପ୍ରଶ୍ନ ବାଚୀ ଉଠୁଛି..ଉକ୍ତ ଯନ୍ତ୍ରୀଟି ସିନାପାଲି ବିଡିଓଙ୍କ ନାଁ ମଧ୍ୟ ନେଉଛନ୍ତି ଏବଂ ଯାହା ଭାଗରେ ଟଙ୍କା ଭାଗ ଭାଗ କରି ରଖୁଥିବା ଭିଡିଓ ରେ ଜଣାପଡୁଛି ..ସିନାପାଲି ବ୍ଲକ ରେ ଅନେକ ସରକାରୀ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି ଏଥିରୁ ଜଣାପଡୁଛି ଯେ କୌଣସି କାମ ରେ ୨୫ ସତକଡା ପିସି ନେଉଥିବାରୁ କାମ ଟି ନିମ୍ନମାନର ହେଉଛି..ଏହି ପିସି କାରବାର ଘଟଣା କୁ ନେଇ ସିନାପାଲି ବିଡିଓ କିଛି ଜାଣିନାହିଁ କହୁଥିବା ବେଳେ ଯନ୍ତ୍ରୀ କେମିତି ବିଡିଓଙ୍କ ମଧ୍ୟ ପିସି କାଟୁଛନ୍ତି ସେନେଇ ଏବେ ସନ୍ଦେହ ଘେରରେ..ଏହି ବିଷୟରେ ନୂଆପଡା ଜିଲ୍ଲାପାଳ ସ୍ଵଧାଦେବ ସିଂ କୁ ପଚାରିବାରୁ ତଦନ୍ତ କରାଯିବ ବୋଲି କହିଛନ୍ତି । ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More