ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଠାବ, ବହୁ ମାଓ ସାମଗ୍ରୀ ଜବତ
ନୂଆପଡ଼ା(ସଂଘର୍ଷ ମିଡିଆ) : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଠାବ ହୋଇଛି । ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି , ଡିଭିଏଫ ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ପ୍ରଥମେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳିବିନିମୟ ହୋଇଥଲା । ପରେ ମାଓବାଦୀମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।ସେଠାରୁ ବଡ଼ ଧରଣର ଏକ ମାଓ କ୍ୟାମ୍ପ ଠାବ କରାଯାଇଛି । ଏଥିରେ ଏୟାର ଗନ, ଗୁଳିଗୋଳା ସହ ବହୁ ମାଓ ସାମଗ୍ରି ଜବତ କରାଯାଇଛି । ଏଥିସହ ସଂପୃକ୍ତ ଅଞ୍ଚଳରେ ଏବେବି କୁମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ତ୍ୟୁଷ ଦିବାକର (ଏସପି, ନୂଆପଡ଼ା)