ନୂଆପଡ଼ା ଜିଲ୍ଲା ଗସ୍ତରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ

12

Get real time updates directly on you device, subscribe now.

ନୂଆପଡ଼ା( ସଂଘର୍ଷ ମିଡିଆ ) : ଗତ ସପ୍ତାହରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ କୋମନା ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଗରିବ ଅସହାୟ ଲୋକଙ୍କ ଘର ଭାଙ୍ଗି ଯିବା ସହିତ ଅନେକ କ୍ଷୟ କ୍ଷତି ହୋଇଥିବା ବେଳେ। ମିଛାପାଲି ଗ୍ରାମ ପଞ୍ଚାୟତ ବିଶିବାହାଲ୍ ଗାଁର ଜଣେ ୬୦ ବର୍ଷୀୟ ବୃଦ୍ଧା ଘରେ ଶୋଇ ଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଘରଭାଙ୍ଗି ଯିବାରୁ କାନ୍ଥ ତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗତ କାଲି ପ୍ରଦେଶ କଂଗ୍ରେସ କମିଟିଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଘାସିରାମ ମାଝୀଙ୍କ ନେତୃତ୍ଵରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ- ଭକ୍ତ ଚରଣ ଦାସ, ଖଡିଆଳ ବିଧାୟକ ଅଧୀରାଜ୍ ମୋହନ୍ ପାଣିଗ୍ରାହୀ, ପାଶା ମହାନନ୍ଦ, ସାହାରୁଖ୍ ଖାନ୍, କୈଳାଶ ବାଗ, କପିଳେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ସାନ୍ତ୍ଵନା ଓ ସମବେଦନା ଦେବା ସହିତ କିଛି ଶୁଖିଲା ରାସନ୍ ସାମଗ୍ରୀ ବଣ୍ଟନ କରିଥିଲେ ଓ ପରେ ପୀଡିତ ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ସହିତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଜଣେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More