ନୂଆପଡ଼ା ( ସଂଘର୍ଷ ମିଡିଆ ) : ନୂଆପଡା ଜିଲ୍ଲା ସିନାପାଲି ବ୍ଳକ ଗ୍ରାମ ମହଗାଁରୁ ଭରୁଆମୁଣ୍ଡା ଦେଇ ଜଙ୍ଗଲ ଅଧିନସ୍ଥ ଯାଉଥିବା ରାସ୍ତା ଅତି ଦୟନୀୟ ଅବସ୍ଥାରେ ବର୍ତମାନ। ମହଗାଁରୁ ଭରୁଆମୁଣ୍ଡା ଆଡକୁ ଗତି କରିବା ଗ୍ରାମର ଶେଷରେ ଗୋଟିଏ ଛୋଟ ପୋଲଟେ ପଡିଥାଏ ସେହି ପୋଲ ଟି ଫାଟି ଉପୁଡି ଗଲାଣି ବହୁତ ବର୍ଷ ହେଲାଣି ଫଳରେ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମିଖିନ ହେବାକୁ ପଡୁଛି । ଏହି ରାସ୍ତାରେ ଗାଡିମଟର ଯେମିତିକି ଦୁଇଚକିଆ ଚାରିଚକିଆ ଏମ୍ବୁଲାନ୍ସ ଆଗକୁ ଗାଡି ଗଡି ପାରୁନି ଗାଡି ଅଟକ ରହି ଯାଉଛି ସେହି ଯାଗାରେ ଏହି ଫଟା ପୋଲ ଯୋଗୁ ।ଏ ହି ଛୋଟିଆ ପୋଲରେ ବର୍ଷା ଋତୁରେ ପାଣିଯିବା ଫଳରେ ଯିବା ଆସିବା ପାଇଁ ବହୁତ ଅସୁବିଧା ହୁଏ ଆଉ ତ୍ରିନାଥ ମନ୍ଦିର ପାଖ ରାସ୍ତା ମଝିରେ ପାଣି ଯାଇ ଯାଇ ରାସ୍ତା ନାଳ ସଦୃଶ ହେଇଯାଇଛି ଆଉ ସେହି ଜାଗାରେ ଗୋଟିଏ ଛୋଟ ପୋଲ ଟେ ଦରକାର ବୋଲି ଗାଁ ଲୋକ ଦାବି କରିଛନ୍ତି। ଏବଂ ଏହି ରାସ୍ତା ଦେଇ ଜଙ୍ଗଲ ସୁରକ୍ଷା ଅଧିକାରୀ ମଧ୍ୟ ଯିବା ଆସିବା କରନ୍ତି। ରାସ୍ତା ଉପରେ ପ୍ରଶାସନ ର ନଜର ଟିକେ ପଡ଼ନ୍ତା ତେବେ ମହଗାଁ ବୋଲି ନୁହେଁ ଭରୁଆମୁଣ୍ଡା ଲିଟିଗୁଡା ଓ ନୂଆପଡା ଏହି ତିନୋଟି ପଞ୍ଚାୟତର ଗାଁ ଲୋକେ ବି ଯିବା ଆସିବା ପାଇଁ ସୁବିଧା ହୁଅନ୍ତା ନୂଆପଡା ଜିଲ୍ଲା ସିନାପାଲି ବ୍ଲକରୁ ହେରାମ୍ବ ପଟେଲଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।