ନୂଆପଡ଼ାରେ ୱେସ୍କୋ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ଘଟଣା ୫ମ ଦିନରେ ଆମରଣ ଅନଶନ

11

Get real time updates directly on you device, subscribe now.

ନୂଆପଡ଼ା ( ସଂଘର୍ଷ ମିଡିଆ ) : ନୂଆପଡ଼ା ଜିଲ୍ଲା ସିନାପାଲି ଓ ବୋଡ଼େନ ବ୍ଲକ ନୂତନ ବିଦ୍ୟୁତ ବିଭାଗ ସବଷ୍ଟେସନରେ ୱେସ୍କୋ ଅପରେଟର ଓ ହେଲପର ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରି ଚାଲିଥିବା ଅନଶନ ରବିବାର ୫ମ ଦିନରେ ପହଞ୍ଚିଛି । ଆଜି ୪ ଜଣ ଆମରଣ ଅନଶନକାରୀଙ୍କ ମଧ୍ୟରୁ ଶେଖର ମେହେରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଫଳରେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅପରପକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଲାଗିଥିବା ଆମରଣ ଅନଶନକାରୀଙ୍କ ଟେଣ୍ଟକୁ ପୁଲିସ ଖୋଲି ନେଇଥିବା ଅନଶନକାରୀମାନେ ଅଭିଯୋଗ କରିଛନ୍ତି । ପରେ ଅନଶନକାରୀମାନେ ନୀଳାଦ୍ରି ବିହାର ହୋଟେଲରେ ଆମରଣ ଅନଶନରେ ବସିଛନ୍ତି । ପ୍ରଶାସନ ବେଆଇନ ନିଯୁକ୍ତି ପ୍ରକ୍ରିୟାକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ନ୍ୟାୟ ମିଳିବା ଯାଏ ଅନଶନ ଜାରି ରହିବା ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ , ସିନାପାଲି ବ୍ଲକ୍ ଚଲନା , ଟିମନପୁର ଏବଂ ବୋଢ଼େନ ବ୍ଲକ୍ ରୋକାଲସ୍ଥିତ ନବ ନିର୍ମିତ ସ୍କା ବିଦ୍ୟୁତ୍ ସବଷ୍ଟେସନ ଟେକ୍ରୁସିଆନ , ହେଲ୍‌ପର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଥିଲେ ଅଭିଯୋଗକାରୀ ଏନେଇ ଗତ ଜୁଲାଇ ମାସ ୨୧ ତାରିଖରୁ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ୧୫ ଦିନ ଗଣଧାରଣା ପରେ କୌଣସି ସୁଫଳ ନ ମିଳିବାରୁ ଗତ ୫ ତାରିଖରୁ ଆମରଣ ଅନଶନରେ ବସିଛନ୍ତି । ଏହି ଅନଶନରେ ସିନାପାଲି ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର , ଶେଖର ମେହେର , କାନ୍ତ ମାଝୀ ଏବଂ ଧନସିଂ ମାଝୀ ସାମିଲ ଅଛନ୍ତି । ନୂଆପଡ଼ାରୁ କେମରା ମେନ ଗଜିନ୍ଦ୍ର ହଂସ ଙ୍କ ସହିତ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More