କଟକ (ସଂଘର୍ଷ ମିଡିଆ) : କଣ୍ଟାପଡ଼ା ବ୍ଲକ୍ ଅଧୀନ ନୂଆଗାଁ ଗ୍ରାମ ଗ୍ରାମପଞ୍ଚାୟତ ନୂଆଗାଁ ଗ୍ରାମର ଦେବେନ୍ଦ୍ର ବେହେରାଙ୍କ କ୍ଷତ ବିକ୍ଷତ ଶବ ସେହି ଛକର ପଛପଟେ ପଡ଼ିଥିବା ତାଙ୍କ୍ ଭାଇ ଦେଖି ଗୋବିନ୍ଦପୁର ପୋଲିସକୁ ଖବର ଦେଇଥିଲେ ।ଦେବେନ୍ଦ୍ରଙ୍କ ବୟସ 35 ବର୍ଷ ହେବ।ଗୋଟେ12ବର୍ଷର ଝିଅ ଓ ଗୋଟେ ବର୍ଷରପୁଅ ଅଛି।ଦିନମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି।ତାଙ୍କ ବଡଭାଇଙ୍କର କହିବା ଅନୁଯାୟୀ ଗତକାଲି ରାତିରେ ସେ ରାଜମିସ୍ତ୍ରୀ କାମସାରି ଘରକୁ ଫେରିବା ଡେରି ହେବାରୁ ବଡ଼ ଭାଇ ଖୋଜିବାକୁ ବଜାର କୁ ଗଲେ।ବାଟରେ ଦେବେନ୍ଦ୍ର ଙ୍କ ସାଇକେଲ ଥୁଆ ହୋଇଥିଲା କିନ୍ତୁ ଭାଇଙ୍କୁ ପାଇଲେ ନାହିଁ।ଆଜି ସକାଳୁ ଖୋଜା ଖୋଜି କରିବାରୁ ନୂଆଗାଁ ବଜାର ପଛପଟେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବାରୁ ଗୋବିନ୍ଦପୁର ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ଅନାମ ଚରଣ ନାୟକ ଆସି ତଦନ୍ତ ଚଳାଇଛନ୍ତି। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।