ନୂଆଗାଁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

13

Get real time updates directly on you device, subscribe now.

ନୟାଗଡ(ସଂଘର୍ଷ ମିଡିଆ) : – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଂଚାୟତ ସମିତି ଚତୁର୍ଥ ସାଧାରଣ ବୈଠକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ସୁଚନା ମୁତାବକ ଆଜି ସକାଳ ଦଶଘଣ୍ଟିକା ସମୟରେ ଚତୁର୍ଥ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଭାଇସ ଚ୍ୟାରମ୍ୟାନ ପର୍ଶୁରାମ ସ୍ୱାଇଁ , ବିଡିଓ ସଚିଦାନନ୍ଦ ମିଶ୍ରଙ୍କ ସହିତ ୧୬/୧୭ ନମ୍ବର ଜୋନର ଜିଲ୍ଲାପରିଷଦ ଉପସ୍ଥିତ ରହିଥିଲେ। ଏଥିରେ ଜିପିଓ ସାଧୁ ଚରଣ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ମୁଖ୍ୟତଃ ଶିକ୍ଷ୍ୟା ସ୍ୱାସ୍ଥ୍ୟ ପାନିୟ ଜଳ ସହ ରାସନ କାର୍ଡ ଉପରେ ବହୁସମୟ ଧରି ଆଲୋଚନା ହୋଇଥିଲା । ବହୁ ସରପଞ୍ଚ ଓ ସମିତି ସଭ୍ୟ ଲୋକଙ୍କ ସମସ୍ୟା ନେଇ ବ୍ଲକ କୁ ଆସୁଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ସଠିକ୍ ଭାବରେ ହେଉନଥିବାରୁ ବୈଠକରେ ଅସୋନ୍ତୋସ ପ୍ରକାଶ ପାଇଥିଲା । ବୈଠକରେ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ନୟାଗଡ଼ ନୂଆଗାଁରୁ ରବିନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More