ନୂଆଗାଁ ଉଦ୍ୟାନ ବିଭାଗ ତରଫରୁ ଚାଷୀଙ୍କୁ ସୌରଚାଲିତ ସୁଖା ଯନ୍ତ୍ର ପ୍ରଦାନ

37

Get real time updates directly on you device, subscribe now.

ନୟାଗଡ ( ସଂଘର୍ଷ ମିଡିଆ ) :  – ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକର ଉଦ୍ୟାନ ବିଭାଗ ତରଫରୁ  ୭ ଜଣ ଚାଷୀଙ୍କୁ ମାଗଣାରେ ପ୍ରଦାନ କରାଗଲା  ସୌରଚାଲିତ ସୁଖା ଯନ୍ତ୍ର। ନୂଆଗାଁ ଉଦ୍ୟାନ ବିଭାଗ ଅଧିକାରୀ (A H O) ଅଜିତ କୁମାର ନାୟକଙ୍କ କହିବା କଥା ଚାଷୀମାନେ ଆଉ କୌଣସି କ୍ଷତି ସହିବେ ନାହିଁ। ଯଦିଓ ଜଣେ ଚାଷୀ ତାର ଫସଲକୁ ଅଧିକ ଅମଳ କରୁଅଛି ତାକୁ ସେ ବଜାରରେ ଉପଯୁକ୍ତ ଦରରେ ବିକ୍ରି କରିପାରୁନାହିଁ କିମ୍ବା ବଳକା ହୋଇଯାଉଛି । ତାହେଲେ ଚାଷୀ ଏହି ମେସିନ ସାହାଯ୍ୟରେ ବିଦ୍ୟୁତ ନଥିଲେ ମଧ୍ୟ ସୂର୍ଯ୍ୟ କିରଣମାଧ୍ୟମରେ ଏହି ଯନ୍ତ୍ରରେ ଶୁଖାଇ ଅଧିକ ଦିନ ରଖିପାରିବେ। ଯେହେତୁ ଉଦ୍ୟାନ ବିଭାଗ ମିଶନ ଶକ୍ତି ସହ ମିଶି କାମ କରୁଅଛୁ ଏହି ଯନ୍ତ୍ରରେ ଆମେ ମୁଖ୍ୟତଃ ଧିଙ୍ଗିରି ଛତୁ,ବଡି,ପାମ୍ପଡ,ହଳଦୀ,ଲଙ୍କା, ଆମ୍ବୁଲ,ଆମ୍ବସରା ଇତ୍ୟାଦି ସୁଖିପାରିଲାଭଳି ଜିନିଷ ଶୁଖା ଯାଇପାରିବ ।ଏହି ଯନ୍ତ୍ରରେ ସୁଖାଇବା ଦ୍ବାରା ଆମକୁ ଜିନିଷର ଉପଯୁକ୍ତ ରଙ୍ଗ ପାଇବା ଓ ବାହାର ଧୁଳିରୁ ରକ୍ଷାପାଇବା ସହ ପକ୍ଷୀ ମାନଙ୍କ କବଳରୁ ମଧ୍ୟ ରକ୍ଷା ପାଇପାରିବା। ଚାଷୀ କିଭଳି ଗତିଶୀଳ ହୋଇ ଯନ୍ତ୍ର ସାହାଯ୍ୟରେ କମ ସମୟରେ ଅଳ୍ପ ଜାଗାରେ ଅଧିକ କାମ କରିପାରିବେ ଏବଂ ଅଧିକ ରପ୍ତାନି କରିପାରିବେ ଆମର ଲକ୍ଷ କଥା କହିଛନ୍ତି ବାହାଡ଼ାଝୋଲା କାଲିଆମ୍ବା କୌଶଲ୍ୟା ସାହୁଙ୍କ ଛତୁ ଫର୍ମକୁ ବୁଲି ଆସିଥିବା  ନୂଆଗାଁ ଉଦ୍ୟାନ  ଅଧିକାରୀ।  ଆଗକୁ ବିଭାଗ ଫରଫରୁ ଯାହାବି ସ୍କମି ଆସେ ତାହାକୁ ଚାଷୀଙ୍କ ପାଖରେ ପହଞ୍ଚାଇବା ସହିତ ଏହି ସୌରଚାଲିତ ସୁଖା ଯନ୍ତ୍ର ମାଧ୍ୟମରେ ଚାଷୀ ଉପକୃତ ହେଲେ ଆଗକୁ ଆଉ ଅନ୍ୟ ଚାଷୀଙ୍କୁ ମଧ୍ୟ ନୂତନ ମେସିନ ଦିଆଯିବ।ଆମେ ସଦାସର୍ବଦା ଚାଷୀଙ୍କ ସାଠିରେଅଛୁ।ଅଧିକାରୀଙ୍କ ଏଭଳି ଚିନ୍ତାଧାରାକୁ ନୂଆଗାଁ ଅଚଳର ଚାଷୀମାନେ ବହୁତ ପ୍ରଶଂସା କରିଛନ୍ତି। ନୟାଗଡ ନୂଆଗାଁ ରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More