ନୟାଗଡ(ସଂଘର୍ଷ ମିଡିଆ) : – – ସାଇବର ଅପରାଧ ବୃଦ୍ଧି କୁ ଦୁଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ସଚେତନତା ରଥ ପରିକ୍ରମା କରିଛି । ଏହି ଅବସରରେ ନୂଆଗାଁ ବ୍ଲକ ଡିମ୍ବିରି ଝରୀ ଆଞ୍ଚଳିକ ହାଇସ୍କୁଲ ମହିପୁରୁ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ରଥକୁ ଛାତ୍ର ଛାତ୍ରୀ ମାନେ ସ୍ୱାଗତ କରିଥିଲେ। ଏଥୀ ସହିତ ଛାତ୍ର ଛାତ୍ରୀଙ୍କୁ ଅଧିକ ମାତ୍ରାରେ ସଚେତନତା କରିବା ଦିଗରେ ସାଇବର ବିଷୟରେ କୁଇଜ୍ ଓ ଡିବେଟ କରାଯାଇଥିଲା। ସନ୍ଧ୍ୟା ସମୟରେ ମହିପୁରୁ ଛକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ଅପରାଧୀଙ୍କ ଠାରୁ ରକ୍ଷା ପାଇବା ପାଇଁ ମୋବାଇଲ କମ୍ପୁଟର ଲାପଟପ୍ ଆଦି ବେବହାର କରୁଥିବା ସମୟରେ ଅଧିକ ସଚେତନତା ରହିବା, କୌଣସି ଅଜଣା କଲରେ ଆର୍ଥିକ କାରବାର ତଥ୍ୟ ପ୍ରଦାନ ନ କରିବା। ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ଆଜିର କାର୍ଯ୍ୟକ୍ରମ ରେ ଏସଡିପିଓ ସ୍ନେହାଶିସ ସାହୁ,ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା,ଏସ୍ଆଇ ପୁରୁଷ ତମ ପ୍ରଧାନ,ଏସ୍ଆଇ ମନୋରଂଜନ ଦେହୁରୀଙ୍କ ସହିତ ସ୍ଥାନୀୟ ବୁଧୀଜିବି ଛାତ୍ରୀ ଛାତ୍ର ଓ ଶିକ୍ଷକ ଉପସ୍ଥିତ ରହିଥିଲେ। ନୟାଗଡ଼ ନୂଆଗାଁରୁ ରବୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନୀଉଜ ।