ନୂଆଁଖାଇ ଭେଟ ଘାଟ ଉପଲକ୍ଷେ ସମ୍ବଲପୁରି ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ନୂଆଁଖାଇ ଭେଟଘାଟ ଉପଲକ୍ଷେ ପାରଳାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ପକ୍ଷରୁ ଏକ ସମ୍ବଲପୁରି ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ବିଜୟ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୃସିଂହ ନାଥ ଇଣ୍ଟରପ୍ରାଇଜେସର ମାଲିକ ଶ୍ରୀ ରଘୁନାଥ ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପାରଳାଖେମୁଣ୍ଡି ସହରର ବିଭିନ୍ନ ବିଦ୍ୟାଳୟରୁ 20ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି କଳା ପ୍ରତିଭା ପଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ର, ନାଟ୍ୟକାର ଓ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ,ଯୁବନାଟ୍ୟ ନିର୍ଦ୍ଦେଶକ ମନୋଜ କୁମାର ପାଢୀ,ନୃତ୍ୟ ଗୁରୁ ଶୁଭେନ୍ଦୁ ସେନାପତି ପ୍ରମୁଖ ବିଚାରକ ଭାବେ ଥିବା ବେଳେ ଆଦର୍ଶ ଦାସ, ବାଳ କୃଷ୍ଣ ପାଣିଗ୍ରାହୀ, ମାତାଙ୍ଗିନୀ ଗୁରୁ, ରାମଚନ୍ଦ୍ର ପାଢ଼ୀ, ହର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କୃତି ପ୍ରତିଯୋଗିଙ୍କୁ ଚଳିତ 7. 9. 2022 ତାରିଖ ସନ୍ଧ୍ୟାରେ ଟାଉନ ହଲ ଠାରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More