ନୁଦୂରାମ ସୋରେନଙ୍କ ଜୟନ୍ତୀ ପାଳିତ

45

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଭାରତ,ଓଡିଶା ତଥା ରାଇରଙ୍ଗପୁର ମାଟିର ସୁଯୋଗ୍ୟ ସନ୍ତାନ ବୀର ଚକ୍ର ସହିଦ ନାଏବ ସୁବେଦାର ନୁଦୁରାମ ସୋରେନ ଏପ୍ରିଲ ୨ ୧୯୭୭ ମସିହା ଆଜିର ଦିନରେ ମୟୂରଭଞ୍ଜ ରାଇରଙ୍ଗପୁର ସହର ସନ୍ନିକଟ ବିଜାତଳା ଵ୍ଳକ ନୂସାଡିହି ପଞ୍ଚାୟତ ଅନ୍ତର୍ଗତ ବଡଚମ୍ପାହୁଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନରୁ ଦେଶସେବା ତଥା ସମାଜସେବା ପାଇଁ ସେ ଆଗ୍ରହୀ ଥିଲେ । ତେଣୁ ସେ ଛାତ୍ର ଅବସ୍ଥାରେ ଏନସିସି ନେଇଥିଲେ ।ପରେ ୧୯ ବର୍ଷ ବୟସରେ ଦେଶ ସେବା ପାଇଁ ସୈନିକ ବିଭାଗରେ ଯୋଗ ଦେଇଥିଲେ ।୨୦୨୦ ମସିହା ଜୁନ ୧୬ ତାରିଖରେ ଗଲଓ୍ବାନ ଘାଟୀରେ ଚାଇନା ସେନାଙ୍କ ସହ ଲଢେ଼ଇ କରି ଦେଶମାତୃକାର ସୁରକ୍ଷା ପାଇଁ ସେ ସହୀଦ ସୋଇଥିଲେ ।ସେହି ମହାନ ଦେଶ ସେବକ ପାଇଁ ଭାରତ ସରକାର ତାଙ୍କୁ ବୀର ଚକ୍ର ଉପାଧି ସମ୍ମାନ ଦେଇଥିଲେ । ରାଇରଙ୍ଗପୁର ବ୍ଲକ ଅଧିନସ୍ତ ବଡ ଚମ୍ପାଉଦା ଗ୍ରାମରେ ଜନ୍ମଲାଭ କରିଥିବା ବେଳେ ଶତୃ ବିପକ୍ଷରେ ଲଢି ଗଲୱାନ ଘାଟିରେ ୧୬ ଜୁଲାଇ ୨୦୨୦ ମସିହାରେ ସହିଦ ହୋଇଥିଲେ | ସେହି ମହାନ ଦେଶ ସେବକଙ୍କୁ ଆଜି ତାଙ୍କର ଜୟନ୍ତୀ ପାଳନ ଅବସରରେ ରାଇରଙ୍ଗପୁର ସହରସ୍ତ ବସଷ୍ଟାଣ୍ଡ ନିକଟବର୍ତ୍ତୀ ନୁଦୁରାମ ସୋରେନ ପ୍ରତିମୂର୍ତ୍ତୀ ନିକଟରେ ସହୀଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ଯୁବ ସମାଜସେବୀ ମନୋରଞ୍ଜନ ହାଁସଦା ଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି| ସମସ୍ତେ ସେହି ଦିବଂଗତ ମହାନ ଦେଶ ସେବକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏହି ମହାନ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଡ଼୍ରାଇଭର ସଂଘର ବରିଷ୍ଠ ସଦସ୍ୟ ପଦ୍ମ ଲୋଚନ ବେହେରା , ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ପ୍ରିୟଦର୍ଶିନୀ ବେହେରା , ସେବା ନିବୃତ ମେଜର ମହେନ୍ଦ୍ର ମହାନ୍ତ ,ସେବା ନିବୃତ ଡକ୍ଟର ରମେଶ ଚନ୍ଦ୍ର ମାର୍ଣ୍ଡି, ଅଧ୍ୟାପକ ବିଜୟ କୁମାର ରାମ, ମୁଚିରାମ ମାଝୀ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ତୁଷାରକାନ୍ତ ମହାନ୍ତ,ନୀରଜ ସାହୁ,ଶ୍ଯାମଳେନ୍ଦୁ ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ପରେ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ସୁଶେନ ମୁଣ୍ଡା, ଶୁକଦେବ ଗିରି, ହିମାଂଶୁ ଭୂୟାଁ, ପଦ୍ମଲୋଚନ ବିନ୍ଧାଣୀ ତଥା ଟ୍ରଷ୍ଟର ଅନ୍ୟାନ୍ୟ ସଦସ୍ୟଗଣ ଯୋଗ ଦେଇ ସହୀଦ ନୁଦୂରାମଙ୍କ ଭଳି ସମସ୍ତେ ଦେଶ ସେବାପାଇଁ କିଛି କିଛି ସମୟ ଓ ତ୍ୟାଗ କଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More