ନୁଆଁ ଖାଇ ରେ ଏକାଠି ହେଲେ ବୌଦ୍ଧ ଵାଦିକଟା ଗାଁ ରଥ ପରିବାରର ଶହେରୁ ଉର୍ଦ୍ଧ୍ୱ ସଦସ୍ୟ

15

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ବୌଦ୍ଧ ଜ଼ିଲ୍ଲାର ବାଦୀକଟା ଗାଁର ଊଚ୍ଚ ଶିକ୍ଷିତ ରଥ ପରିବାର ଏବର୍ଷ ନୁଆଁଖାଇ ପର୍ବରେ ଶହେରୁ ଉର୍ଦ୍ଧ୍ୱ ସଭ୍ୟ (ଚାରି ପିଢୀ) ଏକାଠି ନବାନ୍ନ ଭକ୍ଷଣ କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ପ୍ରଦାନ କରି ଭାଇ ଚାରାର ଉଦାହରଣ ସାଜିଛନ୍ତି l ଏବଂ ଆଗାମୀ ପିଢୀକୁ ଏକତା ସୂତ୍ର ରେ ବାନ୍ଧି ରଖିବାକୁ ଓ ସୁଖ ଶାନ୍ତି ସମୃଦ୍ଧି ଆତ୍ମ ବିଶ୍ୱାସର ସହ ନିଜ ପରିବାର ଓ ସମାଜ କୁ ସୁରକ୍ଷିତ ରଖିବାର ଏହା ହେଉଛି ଏକ ଉତ୍କୃଷ୍ଟ ମାଧ୍ୟମ ଓ ଆଗାମୀ ପିଢୀକୁ ଏହା ଏକ ଭଲ ବାର୍ତ୍ତା ବୋଲି ପରିବାରର ବରିଷ୍ଠ ସଦସ୍ୟ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ ରଥ ପ୍ରକାଶ କରିଛନ୍ତି l ସମସ୍ତେ ଗାଁର ଇଷ୍ଠ ଦେବୀ ମା କନ୍ଧେନ ବୁଢ଼ୀଙ୍କ ଠାରେ ରୀତି ନୀତି ରେ ପୂଜା ଵିଧି ନବାନ୍ନ ଲାଗି ହେବା ପରେ ଗାଁର ସାରା ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ଓ ସମସ୍ତେ ନବାନ୍ନ ଭକ୍ଷଣ ପରେ ଜୁହାର ଭେଟର ପରମ୍ପରା ଆରମ୍ଭ କରି ସନ୍ଧ୍ୟାରେ ପୁଣି ଛୁଆ ପିଲାଙ୍କ ସହିତ ସାଂସ୍କୃତିକ ଓ ଖେକୁଦ କାର୍ଯ୍ୟକ୍ରମ ପରିବେଷଣ କରି ନିଜେ ମଜା ନେଇ ଗ୍ରାମ ବାସୀଙ୍କୁ ମଧ୍ୟ ଖୁସି ବାଣ୍ଟି ଥିଲେ l କିଏ ବ୍ଲକ ଶିକ୍ଷାଧିକାରୀ ଥିଲେ l କିଏ ଇଞ୍ଜିନିୟର ତ କିଏ କଲେଜ ଅଧ୍ୟକ୍ଷ, ତ କିଏ ବ୍ଲକ ଅଧ୍ୟକ୍ଷ, ପୁଣି ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ, ସମସ୍ତେ ଊଚ୍ଚ ଶିକ୍ଷିତ ଅଟନ୍ତି l ଛୁଆ ପିଲା ସବୁ କେତେ ଜଣ ମେଡିକାଲ ତ ଆଉ କିଏ ଲ ପ୍ରାକ୍ଟିସ, କିଏ ସଂଗୀତ ଉପରେ ଗବେଷଣା ତ ଆଉ କେତେଜଣ ସଫ୍ଟୱେର ଇଞ୍ଜିନିୟର ଭାବେ ଓଡିଶା ଓ ଦେଶ ବାହାରେ କାର୍ଯ୍ୟରତ l ଯିଏ ହେଉଠିଁ ଥିଲେ ବି ସମସ୍ତେ ବର୍ଷକୁ ଥରେ ଏଇ ପର୍ବରେ ଏକାଠି ସାମିଲ ହୋଇ ଭିନ୍ନ ଭିନ୍ନ ଖାଦ୍ୟ ଓ କାର୍ଯ୍ୟକ୍ରମର ମଜା ନିଅନ୍ତି l ଠିକ ସେହିପରି ମନମୁଣ୍ଡା ପଞ୍ଚାୟତର କାପାସିରl ଗାଁର ପଧାନ ପରିବାରର 60ରୁ ଉର୍ଧ୍ଵ ସଦସ୍ୟ ଏକାଠି ମିଶି ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରି ଗାଁ ଓ ଏ ଅଂଚଳ ପାଇଁ ଭାଇଚାରାର ଉଦାହରଣ ସାଜିଛନ୍ତି l ପରିବାରର ବରିଷ୍ଠ ସଭ୍ୟ ରୋହିତ କୁମାର ପଧାନ ଓ ବାଞ୍ଛାନିଧି ପଧାନଙ୍କ ନେତୃତ୍ୱରେ ଦୀର୍ଘ ବର୍ଷରୁ ସମସ୍ତେ ଏକାଠି ହୋଇ ନୁଆଁ ଖାଇବାର ଦେଖିବାକୁ ମିଳିଛି lବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More