‘ନୀଳାଦ୍ରି ମହୋଦୟାଷ୍ଟମୀ’ ପୁରୀ ଚଳଚଞ୍ଚଳ

60

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ବୁଧବାର ବଡ଼ ଦେଉଳରେ ପାଳନ ହେଉଚି ‘ନୀଳାଦ୍ରି ମହୋଦୟାଷ୍ଟମୀ’ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ। ଶାସ୍ତ୍ର ରେ ବର୍ଣ୍ଣନା ଅନୁଯାୟୀ ଆଜି ର ତିଥି ରେ ଯଜ୍ଞ ମଣ୍ଡପରୁ ଆସି ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଏହି ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅଧିଷ୍ଠିତ କରାଯାଇଥିଲା। ମହାପ୍ରଭୁଙ୍କୁ ସୁବାସିତ ଜଳରେ ଅଭିଷେକ କରାଯାଏ । ୧୦୮ ପରେ କୁମ୍ଭ ଜଳରେ ଦାରୁବ୍ରହ୍ମଙ୍କ ଜଳାଭିଷେକ ହେବ। ଏଣୁ ସପ୍ତମୀ ରାତିରୁ ୧୦୮ ଜଳ କୁମ୍ଭ ଅଧିବାସ ହୋଇରହିଛି। ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ। ଏହି ବିଶେଷ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି।ସକାଳ ଧୂପ ଓ ଆଲଟ ଲାଗି ସରିଲେ ଭିତର ଗମ୍ଭୀରାରେ ପାଣି ପଡ଼ିଥାଏ। ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନ ସିଂହାସନ ନିକଟରେ ବିଜେ କରିବେ। ପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ। ପରେ ଦ୍ବାଦଶ ଯାତ୍ରା ବନ୍ଦାପନା ନୀତି ଅନୁଷ୍ଠିତ ହେଇଥାଏ। ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ପ୍ରଭୂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବିଧି ହୋଇଥାଏ କୁହାଯାଏ। ଏହିଦିନ ଦାନ, ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ ଏହାକୁ ଶ୍ରୀମନ୍ଦିରର ବାର୍ଷିକୋତ୍ସବ ଭାବେ ମଧ୍ଯ ଗଣନା କରାଯାଏ। ତେବେ ଏଥି ପାଇଁ ଶ୍ରୀ ମନ୍ଦିର ଆଜି ଚଳଚଞ୍ଚଳ।ମହାପ୍ରଭୁ ଙ୍କ ଦର୍ଶନ ନିମନ୍ତେ ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ବେଶ୍ ଭିଡ ଦେଖିବାକୁ ମିଳିଚି। ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More