ନବରଙ୍ଗପୁର(ସଂଘର୍ଷ ମିଡିଆ) :- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନରେ କାର୍ଯ୍ୟରତ ଗଣଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ହେବାର ଆଦେଶ ପତ୍ର ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ ମଙ୍ଗଳବାର ପ୍ରଦାନ କରିଛନ୍ତି | ଗଣଶିକ୍ଷକରୁ ଏକ୍ସ-କ୍ୟାଡର ଲେବୁଲ -୫ ନିୟମିତ ଶିକ୍ଷକ ନିମନ୍ତେ ୨୦୦୮ ମସିହାରୁ ଯେଉଁ ସଂଘର୍ଷ ଲାଗିଥିଲା ସେଥିରେ ଡାବୁଗାଁ ବ୍ଲକର ଗଣଶିକ୍ଷକ ସଂଘର ବିଶ୍ଵେଶ କୁମାର ତ୍ରିପାଠୀ, ରଞ୍ଜିତ ଗୁପ୍ତା, ମନୋଜ କୁମାର ବିଶୋଇ, ବିଭୂଦତ୍ତ ବିଶୋଇ, ନିରାକାର ପ୍ରଧାନ ଙ୍କ ସହ ୩୨ ଜଣ ଗଣଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ମୋଟ ୩୩ ଜଣଙ୍କର ଗଣଶିକ୍ଷକରୁ ଏକ୍ସ-କ୍ୟାଡର ଲେବୁଲ – ୫ ନିୟମିତ ଶିକ୍ଷକ ପଦୋନ୍ନତି ହୋଇଛି | ଏଥିରେ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସନ୍ତୋଷ କୁମାର ସାହୁ ଓ ଦେବରାଜ ଗୋପାଳ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ଏନ୍ ପି ଏସ) ସଭାପତି ବିକାଶ ରଞ୍ଜନ ନିଶଙ୍କ ଙ୍କ ସହଯୋଗରେ ନିୟମିତ ଆଦେଶ ନାମା ପ୍ରଦାନ କରଯାଇଥିଲା l ୧୬ ବର୍ଷ ର ସଂଘର୍ଷ ଯୋଗୁଁ ଆଜି ସଫଳତା ପାଇ ଥିବାରୁ ୩୨ ଜଣ ଶିକ୍ଷକ, ଜଣେ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା କର ସୁଧା ପଟ୍ଟନାୟକ ପ୍ରମୂଖଙ୍କ ମନ ଖୁସି ବ୍ୟକ୍ତ କରିବା ସହ ବାଣ ଫୁଟାଇ ଖୁସିର ମାହୋଲ ସୃଷ୍ଟି କରିଥିଲେ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l