ନିଷ୍ଠା ପରିବାର ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

11

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) : ଆଜି ଅଗ୍ରଗାମୀ ଯୁବକ ସଂଘ ଠାରେ ନିଷ୍ଠା ପରିବାର ଓ କେୟାର ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବରେ ପୌରପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା, କେୟାର ହସ୍ପିଟାଲ ର ଜି.ଏମ ଲୋକନାଥ ଦାଶ ପ୍ରମୁଖ ଯୋଗ ଦେଇଥିଲେ।ଏହି ଶିବିର ରେ କେୟାର ହସ୍ପିଟାଲ, ଭୁବନେଶ୍ୱରର ଲେପ୍ରୋସ୍କୋପି ଡାକ୍ତର ତାପସ ମିଶ୍ର, ସ୍ନାୟୁ ରୋଗ ବିଭାଗ ର ଡାକ୍ତର ଦୀପକ ପରିଡ଼ା, କିଡନୀ ରୋଗ ବିଭାଗର ଡାକ୍ତର ଅଶୋକ ପଣ୍ଡା, ଅସ୍ଥିଶଲ୍ୟ ବିଭାଗ ର ଡାକ୍ତର ମନିଷ ଶର୍ମା, ମୂତ୍ର ରୋଗ ବିଭାଗର ଡାକ୍ତର ପବିତ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସର୍ବମୋଟ୍ ୨୦୨ଜଣ ରୋଗୀ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ, ୧୨ଜଣ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଛି। ଆଗାମୀ ଦିନରେ ତାଙ୍କର ମାଗଣାରେ କେୟାର ହସ୍ପିଟାଲ,ଭୁବନେଶ୍ୱରରେ ଅସ୍ତ୍ରୋପଚାର କରାଯିବ। ଏହି ଶିବିରରେ ପବନ ଅଗ୍ରୱାଲ, ବରଗଡ଼ର ଗଣପତି ମେଡିକାଲ ସହଯୋଗ କରିଥିବା ବେଳେ ନିଷ୍ଠା ର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ମହିଳା ଶାଖାର ସଂଯୋଜିକା ତ୍ରିପୁରା ସୁହୁଲା ଓ ନିଷ୍ଠା ପରିବାରର ସମସ୍ତ ସକ୍ରିୟ ସଦସ୍ୟ ସଦସ୍ୟା ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More