ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରରେ ମାହାଙ୍ଗା ମହୋତ୍ସବ ଓ ଚନ୍ଦନ ଯାତ୍ରା ଉଦଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ନିଶ୍ଚିନ୍ତକୋଇଲି, ଜିଗ୍ନିପୁର ବ୍ରହ୍ମକ୍ଷେତ୍ରସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ଚନ୍ଦନ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ମାହାଙ୍ଗା ମହୋତ୍ସବକୁ ରାଜ୍ୟ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ଜୀଉଙ୍କ ମନ୍ଦିର ସମ୍ମୁଖରେ ୧୦୦୮ ମହିଳାମାନେ ଉପସ୍ଥିତ ରହି ସମୂହ ଦୀପଦାନ କରିଥିଲେ । ଗୁରୁବାର ସଂଧ୍ୟାରେ ମାହାଙ୍ଗା ମହୋତ୍ସବ କମିଟି ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ଧୀରେନ୍ଦ୍ରନାଥ ବେହେରା, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଜ୍ଞାନରଂଜନ ରାଉତ, ସରପଞ୍ଚ ତିଳୋତ୍ତମ ରାଉତ, ବଜାର ବ୍ୟବସାୟ ସଂଘର ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ନେତୃତ୍ୱରେ ମନ୍ତ୍ରୀ ଶ୍ରୀ ଜେନା ଏବଂ ତାଙ୍କ ଧର୍ମପତ୍ନୀ ଡେ.ଜି. ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଳଦେବଜୀଉ ବଜାର କମିଟି ଆଲୋକୀକରଣ ପ୍ରକଳ୍ପକୁ ମନ୍ତ୍ରୀ ଶ୍ରୀ ଜେନା ଉଦ୍‌ଘାଟନ କରିବା ପରେ ମହୋତ୍ସବରେ ଥିବା ଓରମାସ୍ ଷ୍ଟଲ ଗୁଡିକୁ ଉଦ୍‌ଘାଟନ କରି ବିଶିଷ୍ଟ ସମାଜସେବୀ ଭକ୍ତଚରଣ ରାଉତଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ମାହାଙ୍ଗା ମହୋତ୍ସବ କମିଟି ପକ୍ଷରୁ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ପୌରୋହିତ୍ୟରେ ମନ୍ତ୍ରୀ ଶ୍ରୀ ଜେନା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ପ୍ରଥମେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପାଂୟତରୁ ଆସିଥିବା ବୟୋଜ୍ୟେଷ୍ଠ ମୁରବୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆମର ଏକମାତ୍ର ଲକ୍ଷ୍ୟ ରାଜନୀତି ନୁହେଁ ବରଂ ଅଂଚଳର ଉନ୍ନତି ବୋଲି ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିବା ସହ ସମସ୍ତଙ୍କ ଆଶୀର୍ବାଦ ଏବଂ ସହଯୋଗରେ ଏହାହିଁ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଚନ୍ଦନ ଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ଜେନା ବିଶଦ୍ ଭାବେ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କ ସହିତ ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ପ୍ରାକ୍ତନ ଅଧ୍ୟକ୍ଷା ସବିତା ଓଝା,ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଂଜନ ମହାପାତ୍ର, ମାହାଙ୍ଗା ପ୍ରାକ୍ତନ ଅଧ୍ୟକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଅନୀଲ ଭୂୟାଁ, ଯୁବ ସଂଗଠକ କ୍ଷୀରୋଦ ଷଢଙ୍ଗୀ, ବ୍ଲକ ବିଜେଡି ସଂପାଦକ ନଗେନ୍ଦ୍ର ଷଢଙ୍ଗୀ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗାର ବହୁ ଯୁବ, ଛାତ୍ର ଓ ବିଜେଡି ସଂଗଠକମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଲକର ସମସ୍ତ ବିଜେଡି ନେତୃବୃନ୍ଦ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ପଞ୍ଚାୟତର ଯୁବଗୋଷ୍ଠୀମାନେ ପରିଚାଳନାରେ ସହଯୋଗ କରିଥିଲେ । ସଂଧ୍ୟାରେ ଶ୍ରୀ ଜୀଉଙ୍କର ଚଳନ୍ତି ପ୍ରତିମା ମଦନମୋହନଙ୍କୁ ପବିତ୍ର ଚନ୍ଦନ ପୁଷ୍କରିଣୀରେ ୧୮ ଘେରା ଭଉଁରିରେ ନୌକା ବିହାର କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More