ଭଦ୍ରକ (ସଂଘର୍ଷ ମିଡିଆ ) : : ଆମ୍ବୁଲାନ୍ସ ଓ ଯାତ୍ରୀ ବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା, 13 ଜଣ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି . ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଯାତ୍ରୀ ବାହୀ ଅଟୋ ଲୋକ ନେଇ ଚାନ୍ଦବାଲି ଆଡୁ ଭଦ୍ରକ ଅଭିମୁଖେ ଆସୁଥିଲା. ଏହି ସମୟରେ ତିହିଡି ମେଡିକାଲରୁ ଗୋଟିଏ ମୃତ ଶରୀରକୁ ନେଇ ନିକଟସ୍ଥ ଗାଁ କୁ ଆମ୍ବୁଲାନ୍ସଟି ଯାଉଥିଲା. ଏହି ସମୟରେ ତିହିଡି କଲେଜ ଛକରେ ଆମ୍ବୁଲାନ୍ସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଉଭୟ ଗାଡିରେ ଥିବା 13 ଜଣ ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଚାଳକ ଜଣକ ନିଶାଶକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଆମ୍ବୁଲାନ୍ସରେ ଥିବା ଲୋକ ଡ୍ରାଇଭରକୁ ଧିରେ ଗାଡି ଚଳେଇବାକୁ କହିଥିଲେ ମଧ୍ୟ ସେ ଶୁଣି ନଥିଲା ବୋଲି କହିଛନ୍ତି ଆମ୍ବୁଲାନ୍ସରେ ଥିବା ଲୋକ । ଟେମ୍ବୁଟି ବାମପଟେ ଯାଇଥିବା ସମୟରେ ଆମ୍ବୁଲାନ୍ସ ଧକ୍ତା ଦେବା ପରେ ଡ଼୍ରାଇଭର ଫେରାର ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ଦୌଡି ଯାଇ ଦୂର୍ଘଟଣା ଗ୍ରସ୍ଥ ଗାଡ଼ିରୁ ଲୋକଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ଅଟୋଟି ସମ୍ପୂର୍ଣ୍ଣଭାବେ ଚୂର୍ମାର୍ ହୋଇଯାଇଛି । ସେଥିରେ ଥିବା ଶିଶୁ ସମେତ ମହିଳା, ଯୁବତୀ ଓ ପୁରୁଷ ଗୁରୁତର ହୋଇଥିଲେ । ୩ ଜଣ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ମାନେ ଭଦ୍ରକରେ ଚିକିତ୍ସତ ହେଉଛନ୍ତି । ଗତକାଲି ଚରମ୍ପା ଅଞଳରେ ଆମ୍ବୁଲାନ୍ସ ଭିତରେ ନିଶା ସେବନ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ନିଶାସକ୍ତ ଆମ୍ବୁଲାନ୍ସ ଡ଼୍ରାଇଭର ମାନଙ୍କ ଉପରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।