ନିଳକଣ୍ଠପୁର ପଞ୍ଚାୟତରେ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ପିଡିଏସ୍ ସାମଗ୍ରୀ ବଣ୍ଟନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

20

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧିନ ନୀଳକଣ୍ଠପୁର ପଞ୍ଚାୟତର ୮ ଟି ଓ୍ବାଡର ଲୋକମାନେ ରାସନକାର୍ଡରେ ରାସନ ସାମଗ୍ରୀ ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ ଆସି ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ ଯେ ପଞ୍ଚାୟତ ଥିବା ଦୁଇଟି ପିଡିଏସ୍ ଡିଲରଙ୍କ ମନମାନି ପାଇଁ ପୁର୍ବତନ ସରପଞ୍ଚ ଜଣଙ୍କ ଠାରୁ ପିଡିଏସ୍ ସାମଗ୍ରୀ ବଣ୍ଟନକୁ ପଞ୍ଚାୟତ ଅଧିନକୁ ନେଇ ରାସନ ସାମଗ୍ରୀ ବଣ୍ଟନ କରୁଥିଲେ । ୮ଟି ଓ୍ବାଡର ଲୋକ ମାନେ ମଧ୍ୟ ସୁଚାରୁରୂପେ ପିଡିଏସ୍ ସାମଗ୍ରୀ ପାଉଥିଲେ । ହେଲେ ନୁତନ ସରପଞ୍ଚ ଆସିବାପରେ ପଞ୍ଚାୟତ ପାଖରୁ ବଣ୍ଟନ ଦାୟିତ୍ୱ ଛାଡିବା ପରେ ୮ଟି ଓ୍ବାଡର ୬୪୦ ହିତାଧିକାରୀ ଠିକ ସମୟରେ ରାସନ ସାମଗ୍ରୀ ପାଇବାରେ ଅସୁବିଧା ହେଉଛି । ଏଥିପାଇଁ ଗ୍ରାମରର କିଛି ଲୋକ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ରାସନକାର୍ଡ ସାମଗ୍ରୀ ବାଣ୍ଟିବାପାଇଁ ଦାବୀପତ୍ରରେ ଦର୍ଶାଇଛନ୍ତି । ସ୍ବୟଂସହାୟକ ଗୋଷ୍ଠୀ ମଧ୍ୟରେ ମା ପଥରକଣୀ ସ୍ବୟଂସହାୟକ ଗୋଷ୍ଠୀ ମଧ୍ୟ ପୁର୍ବରୁ ପିଡିଏସ୍ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେବାପାଇଁ ଆବେଦନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More