ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ବଣ୍ଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ସାଇ ନଗର ଠାରେ ଥିବା ଆରାଧନା ଫଙ୍କସନ ହଲରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ ଶିବିରରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦରେ ଚେକ ବଣ୍ଟନ କରିଥିଲେ। ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଲୋକାଭିମୁଖୀ ଯୋଜନା ଏବଂ ଏଥିରେ ବହୁ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଶେଷ ସୁବିଧା ରହିଥିବାରୁ ତୁରନ୍ତ ମୋ ସେବା କେନ୍ଦ୍ର ର ସହାୟତା ନେଇ ନିଜ ନିଜ ନାମ ପଞ୍ଜିକରଣ କରି ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ।ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ର ସଫଳ ରୂପାୟନ ଉପରେ ଉପସ୍ଥିତ ଜନ ସମୂହ ଙ୍କୁ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋଶାଣୀ ବ୍ଳକର ମୋଟ 480 ଜଣ ହିତାଧିକାରୀଙ୍କୁ ବିଭିନ୍ନ ବାବଦରେ ସହାୟତା ପ୍ରଦାନ କରାଯାଇଥିଲା।ସେଥି ମଧ୍ୟରୁ 21 ହିତାଧିକାରୀ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ 42 ଲକ୍ଷ ଟଙ୍କା,21 ହିତାଧିକାରୀ ପରିବାରଙ୍କୁ ଅନ୍ତିମ ସଂସ୍କାର ସହାୟତା ରାଶି ବାବଦରେ 1 ଲକ୍ଷ 5 ହଜାର ଟଙ୍କା ବିବାହ ପାଇଁ 85 ହିତାଧିକାରୀଙ୍କୁ 42 ଲକ୍ଷ 50 ହଜାର ଟଙ୍କା ମାତୃତ୍ୱ ସୁବିଧା ଲାଗି 5ଜଣଙ୍କୁ 80 ହଜାର ଟଙ୍କା,318 ହିତାଧିକାରୀଙ୍କୁ ଶିକ୍ଷା ଗତ ସହାୟତା ନିମନ୍ତେ 13 ଲକ୍ଷ 99 ହଜାର400 ଟଙ୍କା ଏପରି ଭାବେ ମୋଟ ଏକ କୋଟି 34 ହଜାର 400 ଟଙ୍କା ସହାୟତା ରାଶି ବାବଦରେ ଚେକ ପ୍ରଦାନ କରାଯାଇଛି। ସେହିପରି 30 ଜଣ ଙ୍କୁ ବିଭିନ୍ନ ପ୍ରକାରର ଯଥା ଓବି ଏବଂ ଓ ସି ଡି ବ୍ଲୁ ଡବ୍ଲୁ କାର୍ଡ ବଣ୍ଟନ କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି।ଏହି ସହାୟତା ଶିବିର ଜିଲ୍ଲା ଶ୍ରମ ଅଧିକାରୀ ଲୋକ ନାଥ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ,ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଗୋଶାଣୀ ବ୍ଳକ ଅଧ୍ୟକ୍ଷ ଏନ ବୀରରାଜୁ ,ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଗୋଶାଣୀ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲ ରାଜୁ , ଜିଲ୍ଲା ପରିଷଦ ସଭ୍ୟା ଲୀଳା ବତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ପର୍କିତ ବିଭିନ୍ନ ତଥ୍ୟ ତଥା ଏହି ଯୋଜନାର ସଦୁପଯୋଗ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ବିକାଶ କୁମାର ମେହେର ସଂଯୋଜନା କରିଥିବା ବେଳେ ଶେଷରେ ଗୋଶାଣୀ ବ୍ଳକ ଓ ଏଲ ଏମ୍ ର ବି ପି ଏମ୍ ସି ଏଚ ତିରୁପତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରମ ବିଭାଗର କର୍ମଚାରୀବୃନ୍ଦଙ୍କ ସମେତ ଗୋଶାଣୀ ବ୍ଳକ ଏଇ ନିହାର ନାୟକ, ଜୀ ପି ଇ ଓ ବିନୋଦ ଗୌଡ଼ ପରିଚାଳନା ରେ ସହାୟତା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More