ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଓଡ଼ଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରଶି ବଣ୍ଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ କରିଥିଲେ | ଏହି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନରେ ଜିଲ୍ଲାରେ ମୋଟ ୩୭୪ ଜଣଙ୍କୁ ବିବାହ ,ପ୍ରସୂତି, ମୃତ୍ୟୁ ଓ ଅନ୍ତିମ ସଂସ୍କାର ଭଳି ବିଭିନ୍ନ ସୁବିଧା ବଣ୍ଟନ କରାଯାଇଛି। ସେଥି ମଧ୍ୟରେ DBT ମୋଡ ମାଧ୍ୟମରେ ହିତାଧୀକାରୀ ମାନଙ୍କ ଆକାଉଣ୍ଟ କୁ ୧ କୋଟି ୬୩ ଲକ୍ଷ ୬ ହଜାର ୨୦୦ ଶହ ଟଙ୍କା ସିଧାସଳଖ ପଠାଯାଇଛି। ଯାହା ମୃତ୍ୟୁ କାଳୀନ ସହାୟତା ବାବଦକୁ ୯୨ ଲକ୍ଷ ଟଙ୍କା ୪୭ ଜଣଙ୍କୁ ଦିଆଯଛି ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବାବଦକୁ ୪୫ ଜଣଙ୍କୁ ୨ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ବିବାହ କାଳୀନ ସହାୟତା ବାବଦକୁ ୫୦ ଜଣଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି , ପ୍ରସୂତି ସହାୟତା ବାବଦକୁ ୪୭ ଜଣଙ୍କୁ ୪ ଲକ୍ଷ ୭୦ ହଜାର ଟଙ୍କା ଓ ଶିକ୍ଷା ସହାୟତା ରାଶି ୧୨ ଲକ୍ଷ ୪୧ ହଜାର ୨୦୦ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ମଦନ ମୋହନ ଟୁଡୁ, ଶ୍ରୀ ଅମିତ କୁମାର ନାୟକ, ଶ୍ରୀ ସୁକାନ୍ତ କୁମାର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ଅନ୍ୟ ଶ୍ରମ ବିଭାଗୀୟ କର୍ମଚାରୀ ଓ ନିର୍ମାଣ ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ |