ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ

135

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଥିବା ବିଭିନ୍ନ ସହାୟତା ଗୁଡିକ ଉପରେ ଶ୍ରମିକ ମାନଙ୍କୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ବୁଝାଇଥିଲେ | ଏଥିରେ ନୂତନ ପରିଚୟ ପତ୍ର ୩୦୦ ଜଣ, ବିବାହ ସହାୟତା ୧୯୬ ଜଣ ଙ୍କୁ ୯୭ ଲକ୍ଷ ୫୦ ହଜାର, ପ୍ରସବକାଳୀନ ସହାୟତା ୨୮ ଜଣଙ୍କୁ ୨ଲକ୍ଷ ୮୦ ହଜାର, ଶିକ୍ଷା ସହାୟତା ୫୯ ଜଣଙ୍କୁ ୨ ଲକ୍ଷ ୫୨ ହଜାର ୪୦୦ , ମୃତ୍ୟୁ କାଳୀନ ସହାୟତା ୩୦ ଜଣଙ୍କୁ ୫୯ ଲକ୍ଷ ଓ ଅନ୍ତେଷ୍ଟିକ୍ରିୟା ସହାୟତା ୨୫ ଜଣ ଙ୍କୁ ୧ଲକ୍ଷ ୨୫ ହଜାର ସହାୟତା ରାଶି ପ୍ରଦାନ କରଯାଇଥିଲା | ଏଭଳି ୬୩୮ ଜଣ ହିତାଧିକାରୀ ଙ୍କୁ ୧ କୋଟି ୬୩ ଲକ୍ଷ ୭ ହାଜର ୪୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବ ଡାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋୟୀ, ଓଡିଶା ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସମ୍ପାଦକ ରାଜେଶ ଜାନୀ, ଡାବୁଗାଁ ସହକାରୀ ଶ୍ରମ ଅଧିକାରୀ ମୀନା କୁମାରୀ ମାଝୀ, ଉମରକୋଟ ସହକାରୀ ଶ୍ରମ ଅଧିକାରୀ ମାନସ ରଞ୍ଜନ ଖୋସଲା, ପାପଡାହାଣ୍ଡି ସହକାରୀ ଶ୍ରମ ଅଧିକାରୀ ସଂଗ୍ରାମ ଭୂମିଆ, ମଙ୍ଗଳ ସଂଯୋଜକ କେ. ଡିଲିଶ୍ଵର ରାଓ, ଧୋବେନ୍ଦ୍ର ଜୋଶୀ, ଅଭିମନ୍ୟୁ ଟାକ୍ରି, ଜଗନ୍ନାଥ କଲାର ଓ ଥ୍ରଭୂ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ | ମୁଖ୍ୟ ଅତିଥି ଯୋଜନା ଉପରେ ଜନସାଧାରଣଙ୍କୁ ଅବଗତ କରାଇ ଥିବା ବେଳେ ଓଡିଶା ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସମ୍ପାଦକ ରାଜେଶ ଜାନୀ ସଭା ପ୍ରାରମ୍ଭ ରେ ଦେଶୀଆ ଭାଷାରେ ପ୍ରାଞ୍ଜଳ ଭାବେ ଜନସାଧାରଣଙ୍କୁ ଅବଗତ କରାଇ ଥିବାରୁ ମଣ୍ଡଳ ଶ୍ରମ ଆୟୁକ୍ତ ଶ୍ରୀ ବେହେରା ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More