ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ପ୍ରଦାନ

112

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ପ୍ରଦାନ ।ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ଜନ ହିତକରୀ କଲ୍ୟାଣ ଯୋଜନା କରୁଥିବା ବେଳେ , ରାଜ୍ୟର ବିଭିନ୍ନ ଅଞ୍ଚଳର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ପୁରୀ ଜିଲ୍ଲାର କୋଣାର୍କ ଏନ୍ ଏ ସି କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡ଼ିଶା ଭୁବନେଶ୍ବର ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଗୃହରାଷ୍ଟ୍ର, କ୍ରୀଡ଼ା ଯୁବବ୍ୟାପାର ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ଉପସ୍ଥିତ ଥିବା ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିପରି ଠିକ୍ ସମୟରେ ସାଧାରଣ ଲୋକେ ପାଇପାରିବେ ସେ ନେଇ ଉଦବୋଧନ ଦେଇଥିଲେ ।ଯେଉଁଥିରେ ନିର୍ମାଣ ଶ୍ରମିକ ମାନେ ଲଗାତାର ଭାବେ ୧୦ ବର୍ଷରୁ ଅଧିକ ସମୟ ଧରି ପଞ୍ଜୀକୃତ ଅତିକ୍ରାନ୍ତ କରିବା ପରେ ନିର୍ମାଣ ଶ୍ରମିକ ପରିବାର ମୁଖ୍ୟଙ୍କ ଅକାଳ ବିୟୋଗ ,ପାରିବାରର ପୁଅ ଝିଅଙ୍କ ବିବାହ ,ଉଚ୍ଚଶିକ୍ଷା, ଅନ୍ତେଷ୍ଟିକ୍ରିୟା,ଦୁର୍ଘଟଣା ଜନିତ, ଦୁରାରୋଗ୍ୟ, ପେନସନ ଭଳି ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ସହାୟତା ରାଶି ପାଇବାରିବେ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆୟୋଜକ ମଧୁସୂଦନ ପ୍ରଧାନ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଶିକ୍ଷା ସହାୟତାରେ ୧୩୪ ଜଣକୁ ୯ଲକ୍ଷ ୩୫ହାଜର ଦୁଇ ଶହ, ବିବାହ ସହାୟତାରେ ୪୦୫ ଜଣକୁ ୨ କୋଟି ୭୫ ହାଜର, ମୃତ ଜନିତ ସହାୟତା ରେ ୫୯ ଜଣକୁ ୧ କୋଟି ୧୩ଲକ୍ଷ ଫ୍ୟୁରେନାଲ ସହାୟତାରେ ୨ ଲକ୍ଷ ୮୦ ହାଜର ଯାହାକି ମୋଟରେ ୩ କୋଟିରୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।ସେପଟେ ନିଜର ପରିବାରର ମୁଖ୍ୟ ବାପା ଅକାଳ ବିୟୋଗ ପରେ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ୨ ଲକ୍ଷ ୫ହଜାର ଟଙ୍କା ସହାୟତା ରାଶି ପାଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ହିତାଧିକାରୀ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More