ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ, ଶଶୁର ଗୁରୁତର

12

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଂଚଳୟ କୁସୁମି ବ୍ଳକର ଜୟପୁର ପଞ୍ଚାୟତର ‌ କୁଲଢିହା ଗ୍ରାମରେ ଏକ ନିର୍ମାଣାଧୀନ ଘରର ତାଜା ଭୁଷୁଡି ଯିବା ଫଳରେ ପୁତ୍ରବଧୂର ମୃତ୍ୟୁ ହୋଇଇଥିବାବେଳେ ରେ ଶଶୁର ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କୁଲଡ଼ିହା ଗ୍ରାମର ଘରର ମୁରବି ମାନସିଂ ମାରାଣ୍ଡିଙ୍କ ଘରନିର୍ମାଣ ଚାଲିଛି ।ପ୍ରବଳ ଖରା ତାତି ପାଇଁ ସକାଳୁ ସକାଳୁ ପରିବାର ଲୋକେ ଘର ନିର୍ମାଣ କାମରେ ଲାଗିପଡିଥିଲେ । ଆଜି ସକାଳ ୬ ଟା ସମୟରେ ଘରର ବୋହୂ ଛବିରାଣୀ ମାରାଣ୍ଡି (୨୧), ସ୍ବାମୀ ରାମଚନ୍ଦ୍ର ମାରାଣ୍ଡି ଘରୁ କାମ କରିବା ପାଇଁ ଘର ବାହାରକୁ ଯିବା ସମୟରେ ହଠାତ୍ ଘରର ତାଜାଟି ଭୁଷୁଡି ପଡି ଛବିର ମୁଣ୍ଡ ଉପରେ ପଡ଼ିବା ସହ ଶଶୁରଙ୍କ ଗୋଡ଼ରେ ପଡ଼ି ଯାଇଥିଲା । ଘର ଓ ପଡ଼ୋଶୀ ଲୋକ ସେମାନଙ୍କୁ ଉଦ୍ଧାର କରି ବେସରକାରୀ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଶଶୁର ମାନସିଂହ ମାରାଣ୍ଡି ଙ୍କ ଗୋଡ଼ ଭାଙ୍ଗି ଯାଇଛି ।ଖବରପାଇ ସୁଲାଇପାଟ ଫାଣ୍ଡି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନାଯୋଗ୍ଯ ଗତ ୩ ମାସ ପୂର୍ବେ ରାମଚନ୍ଦ୍ର ମାରାଣ୍ଡିଙ୍କ ସହ ଛବିରାଣୀଙ୍କର ବିବାହ ହୋଇଥିଲା । ପତ୍ନୀକୁ ହରାଇ ରାମଚନ୍ଦ୍ର,ଶାଶୁ ପାର୍ବତୀ ରାଇରଙ୍ଗପୁର ଡାକ୍ତରଖାନାରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More