ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରନିକଟସ୍ଥ ମହେନ୍ଦ୍ର ତନୟା ନଦୀର ପମ୍ପ ହାଉସ ନିକଟରେ ଥିବା ଗାଧୁଆ ତୁଠଟି ଗଣେଶ ପୂଜା ଏବଂ ଦୁର୍ଗାପୂଜା ପରେ ବହୁତ ଦୃଷିତ ହୋଇଯାଇଥିଲା।ତେଣୁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ବିବେକାନନ୍ଦ ଯୁବ ମଣ୍ଡଳ, ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପ୍ରମୁଖ ଙ୍କ ମିଳିତ ସହଯୋଗରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବର୍ତ୍ତମାନ ପୂଣ୍ୟ ମାସ କାର୍ତ୍ତିକ ମାସ ହୋଇ ଥିବାରୁ ସହର ଓ ଗ୍ରାମର ବହୁ ଜନସାଧାରଣ ଗାଧୋଇବା ସକାଶେ ସେଠାକୁ ଯାଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ।ବର୍ତ୍ତମାନ ସେହି ସ୍ଥାନଟି ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇ ଥିବାରୁ ଜନସାଧାରଣ ଉପକୃତ ହୋଇ ଧନ୍ୟବାଦ ଅର୍ପଣ କରିଛନ୍ତି।