ଗଜପତି(ସଂଘର୍ଷ ମିଡିଆ) : — ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୁରୁଣା ପାଟଣା ନାକା ପଏଣ୍ଟ, ଫରେଷ୍ଟଗ୍ୟାଟ ଛକ,ସୀତା ସାଗର ନାକା ପଏଣ୍ଟ ଗୁଡିକରେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ କଡାକଡି ଚେକିଂଙ୍ଗ ଚାଲିଥିବାର ଦେଖିବାକୁ ମିଳିଛି। ଓଡ଼ିଶା ଆସୁଥିବା ଓ ଓଡିଶାରୁ ଯାଉଥିବା ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।ପୋଲିସ ପ୍ରଶାସନ ପକ୍ଷରୁ ଗାଡି ଗୁଡିକକୁ ଇଣ୍ଟେର ଷ୍ଟେଟ ଚେକ ପୋଷ୍ଟ ଗୁଡିକରେ ଚେକ କରାଯାଉଛି।ବିଶେଷ କରି ଫ୍ଲୋ ଅଫ କେଶ,ଏକ୍ସସାଇଜ ଆଇଟମସ ଫୋରେଷ୍ଟ ଗୁଡ୍ସ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଦ୍ରବ୍ଯ ଉପରେ ନଜର ରଖାଯାଇଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।