ନିର୍ବାଚନ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ)) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବିଡିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଭୋଟ ପୂର୍ବ ଦିବସ ଓ ଭୋଟ ଦିନ ର କାର୍ଯ୍ୟ, ଦାୟିତ୍ଵ ଓ କର୍ତ୍ତବ୍ୟ, ଏହାସହ ସେକ୍ଟର ଅଧିକାରୀ ମାନଙ୍କ କାର୍ଯ୍ୟ, ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ | ସମସ୍ତ ବୁଥ ସ୍ତରୀୟ ଅଧିକାରୀ ମାନେ ନିଜ ନିଜ ବୁଥ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦିଆଯାଇଥିଲା | ଏହି ବୈଠକରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସୁପରଭାଇଜର ଏ.ଡି ପ୍ରସାଦ, ବିକାଶ ରଞ୍ଜନ ନିଶଙ୍କ, କୃଷ୍ଣଚନ୍ଦ୍ର ପଣ୍ଡା, ରତିକାନ୍ତ ନାୟକ, ଧନସିଂ ତନ୍ତୀ, ରାଇସିଂ ପୂଜାରୀ,ବିଶ୍ବେଶ ତ୍ରିପାଠୀ, ୭ ଜଣ ସେକ୍ଟର ଅଧିକାରୀ ଓ ୫୫ ଜଣ ବୁଥ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More