ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ପର୍ବତୀର ଗନ୍ଧର୍ବବିନ୍ଧା ଠାରେ ବସବାସ କରୁଥିବା ଆଦିବାସୀଙ୍କ ଠାରୁ ଅବରୋଧ ମାମଲା ଜରିମାନା ଆଦାୟ କରିବା ସୁଯୋଗ ନେଇ ରଣଜିତ ସର୍କଲର ବିବାଦୀୟ ଆର.ଆଇ.ସସ୍ମିତା ମହାପାତ୍ର ଅର୍ଥ ହଡ଼ପ କରିବା ଅଭିଯୋଗ ତହସିଲଦାରଙ୍କ ନିକଟରେ ହୋଇଛି। ଗ୍ରାମର ଆଦିବାସୀ ନେତା ତଥା ରାମଚନ୍ଦ୍ରପୁର ସମିତି ସଭ୍ୟ ରମେଶ ଚନ୍ଦ୍ର ମୁଣ୍ଡା ଏ ସମ୍ପର୍କରେ ଅଭିଯୋଗ ଶୁକ୍ରବାର ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଦେଇଛନ୍ତି। ସେଠାରେ ବସବାସ କରୁଥିବା ବିଭିନ୍ନ ନିରୀହ ଆଦିବାସୀଙ୍କ ଠାରୁ ଜରିମାନା ଅର୍ଥ ରାଶି ଠାରୁ ବହୁ ଅଧୂକ ଅର୍ଥ ନେବା,ବିନା ରସିଦରେ ଅର୍ଥ ଆଗୁଆ ନଦେଲେ ଜରିମାନା ହେଵ କହି ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆର.ଆଇଙ୍କ ନାମରେ କରାଯାଇଛି। ଶୁକ୍ରବାର ପାଉତି ନଂ ୬୨୪୩୮୭୮ରେ ଅବରୋଧ ମକଦ୍ଦମା ନଂ ୧୭୫୪/୨୧-୨୨ ପାଇଁ ୬୯୦ଟଙ୍କା କଟାଯାଇଥିବା ବେଳେ ଆଦାୟ ହୋଇଛି ୯୦୦ଟଙ୍କା। ସେହିପରି ପାଉତି ନଂ ୬୨୪୩୮୭୭ ରେ ଅବରୋଧ ମକଦ୍ଦମା ନଂ ୧୬୯୧/୨୦୨୧ ପାଇଁ ୯୩୦ ଟଙ୍କା କଟାଯାଇଥିବା ବେଳେ ଆଦାୟ ହୋଇଛି ୧୫୦୦ ଟଙ୍କା। ସେହିପରି ଗ୍ରାମର ଅନ୍ୟାନ୍ୟ ପନ୍ଦରରୁ ସତର ନିରୀହ ଆଦିବାସୀମାନଙ୍କ ଠାରୁ ଅଧିକ ପରିମାଣ ଅର୍ଥ ଆଦାୟ କରି କମ ପରିମାଣର ପାଉତି ଦେଇ ଅର୍ଥ ହଡପ ହୋଇଛି । ପୁନଶ୍ଚ ଅଭିଯୋଗକାରୀ ରମେଶ ଚନ୍ଦ୍ର ମୁଣ୍ଡାଙ୍କ ଠାରୁ ୪୦୦ ଟଙ୍କା ଅର୍ଥ ନେଇ ରସିଦ ଆଦୌ ଦେଇନଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସେହିଭଳି ବିନା ରସିଦରେ ଅର୍ଥ ଆଦାୟ ସଂପୃକ୍ତ ବିବାଦୀୟ ଆର.ଆଇ ଶ୍ରୀମତୀ ମହାପାତ୍ର କରିଛନ୍ତି ବୋଲି ଆଦିବାସୀମାନେ ମିଳିତ ହୋଇ ତହସିଲଦାରଙ୍କୁ ଅଭିଯୋଗ କରି ଆର.ଆଇଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି। ପୂର୍ବରୁ ଏଭଳି ରହଣିଆ ସର୍କଲରେ ଥିବା ସମୟରେ ଦେଉଳ ପଦୀ ଗ୍ରାମର ସୁବାଷ ସାମଲଙ୍କ ଠାରୁ ୨୪ ଟି ପଟାର ପାଉତି କାଟିବା ବାବଦକୁ ୨୪୦୦ ଟଙ୍କା ନେଇ ମାତ୍ର ୪ଟି ପଟାର ୪୦୦ଟଙ୍କାର ପାଉତି ଦେଇ ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଦୌଡେଇ ଦୌଡେଇ ଖବର ପ୍ରସାରଣ ପରେ ଶେଷରେ କିଛି ଟଙ୍କା ଦେଇ ଥିଲେ। ଏଭଳି ଅନେକ ଅଭିଯୋଗ ତାଙ୍କ ନାମରେ ରହିଛି। ଆର.ଆଇ ମହୋଦୟା ଗରୀବ, ଅପାଠୁଆ ନିରୀହ ଆଦିବାସୀ ଏବଂ ବାଲି ଗାଡ଼ିରୁ ବେଆଇନ ଅର୍ଥ ହଡ଼ପ କରି ବିଳାସ ବ୍ୟସନ ଗାଡ଼ି ଚଢ଼ି ଅଫିସ ଆସୁଛନ୍ତି ଏଥିରେ ତାଙ୍କ ସ୍ୱାମୀ ବେଆଇନ କାମରେ ସହଯୋଗ କରୁଥିବା ଜଣା ପଡ଼ିଛି। ବିବାଦୀୟ ହୋଇ ପଡ଼ିଥିବା ଆର.ଆଇ ମହୋଦୟାଙ୍କ ଏଭଳି ସଙ୍ଗୀନ ଅଭିଯୋଗ ଉପରେ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତହସିଲଦାର ସରୋଜକାନ୍ତ ନାୟକ ସୂଚନା ଦେଇଛନ୍ତି।ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।