ନିରାଶ୍ରୟା ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କଲେ ଦୁର୍ବୁତ୍ତ

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ଗତ ୧୬ ତାରିଖ ବିଳମ୍ବିତ ରାତିରେ ଦୋକାନ ପିଣ୍ଡାରେ ଶୋଇଥିବା ଜଣେ ନିରାଶ୍ରୟା ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ଅଂଚଳରେ ଏକ ନିରାଶ୍ରୟା ମହିଳାଙ୍କୁ ଏକାକୀ ପାଇ କିଛି ଦୁବୃର୍ତ୍ତ ଟେକି ନେଇ ସ୍ଥାନୀୟ ବିଦ୍ୟାଳୟ ପଡ଼ିଆରେ ଦୁଷ୍କର୍ମ କରିଥିବା ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନା ରେ ପିଡୀତ ଗତକାଲି କରିଛନ୍ତି। ସୂଚନା ଅନୁଯାୟୀ ଏହି ଅଂଚଳର ଜଣେ ମହିଳା ପର ଘରେ କାମଧନ୍ଦା କରି ନିଜ ବଞ୍ଚିବା ସହିତ ନିଜର ବାସସ୍ଥଳୀ ନଥିବାରୁ ରାତିରେ ଏଠି ସେଠି ଶୋଇ ଯାଆନ୍ତି। ତେଣୁ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଏକ ଦୋକାନ ପିଣ୍ଡାରେ ଥିବା ଖଟ ଉପରେ ଶୋଇଥିବା ବେଳେ କିଛି ଦୁବୃର୍ତ୍ତ ଦୋକାନରୁ ଟେକିନେଇ ପାଖରେ ଥିବା ଏକ ବିଦ୍ୟାଳୟ ପଡ଼ିଆରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ମୁର୍ମୁଷୁ ଅବସ୍ଥାରେ ମହିଳା ଜଣକ ରାସ୍ତା ଉପରକୁ ଆସିଲା ବେଳକୁ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପେଟ୍ରୋଲିଂ ଗାଡ଼ି ଯାଉଥିବାର ଦେଖି ଅଟକାଇ ଥିଲେ। ଆଉ ପୋଲିସ ମଧ୍ୟ ପିଡୀତା ମହିଳାଙ୍କ ଠାରୁ ସମସ୍ତ ଘଟଣା ଶୁଣି ପଳାଇ ଯାଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା। ମହିଳାଙ୍କ କଥା ଯଦି ସତ୍ୟ ହୋଇଥାଏ ତେବେ ଘଟଣା ଅତି ସଂଘାତିକ । ତେବେ ଏଠି ପ୍ରଶ୍ନ ଉଠୁଛି ପୋଲିସ ର ଏହି ରାତ୍ରି ପେଟ୍ରୋଲିଂ କାହା ସ୍ୱାର୍ଥରେ ? ଏହାର ତଦନ୍ତ ହେବା ନିହାତି ଜରୁରୀ ହୋଇ ପଡିଛି। ଗତକାଲି ଅର୍ଥାତ୍ ୧୮ ତାରିଖ ସଂଧ୍ୟାରେ ଏହି ଘଟଣା ପ୍ରଘଟ ହେବା ପରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସଂପୃକ୍ତ ପିଡୀତା ନିରାଶ୍ରୟା ମହିଳା ଜଣାଇଲା ପରେ, ଗଣମାଧ୍ୟମ ପ୍ରତିନିଧି ନିଶ୍ଚିନ୍ତକୋଇଲି ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ଙ୍କୁ ଜଣାଇଥିଲେ। ଥାନା ଅଧିକାରିଣୀ ଶ୍ରୀମତୀ ସାହୁ ତତକ୍ଷଣାତ୍ ପୋଲିସ ଗାଡି ପଠାଇ ପିଡୀତା ମହିଳାଙ୍କୁ ନେବା ସହ ପିଡୀତା ମହିଳାଙ୍କ ଅଭିଯୋଗ ଅନୁଯାୟୀ ନିଶ୍ଚିନ୍ତକୋଇଲି ଥାନା କେଶ୍ ନମ୍ବର ୯୨/୨୦୨୩ ରେ ମାମଲା ରୁଜୁ କରି ୩୫୪ ବଳ ପ୍ରୟୋଗ କରି ସତୀତ୍ୱ ନଷ୍ଟ କରିବା ନିମନ୍ତେ ଦଣ୍ଡ,୩୨୩ ସ୍ବେଚ୍ଛାକୃତ ଭାବେ ଆଘାତ କରିବା ନିମନ୍ତେ ଦଣ୍ଡ ଏବଂ ୩୭୬(ଘ), ଗଣ ଧର୍ଷଣ ଭଳି ସଙ୍ଗୀନ ଦଫା ଲଗାଇ ପିଡୀତା ମହିଳା ଙ୍କ ବୟାନ୍ ରେକର୍ଡ କରିବା ସହ ମେଡିକାଲ ଚକଅଫ୍ କରାଇଛନ୍ତି। ଆଜି ନିଶ୍ଚିନ୍ତକୋଇଲି ପୋଲିସ ଓ ସାଲେପୁର ଏସଡିପିଓ ବିମଳ କୁମାର ବାରିକ, ପିଡୀତା ମହିଳା ଙ୍କୁ ସାଙ୍ଗରେ ନେଇ ଦୁଷ୍କର୍ମ କରାଯାଇଥିବା ସ୍ଥାନରେ ତଦନ୍ତ କରିଥିଲେ। ହେଲେ ଏପର୍ଯ୍ୟନ୍ତ କୋୖଣସି ଅଭିଯୁକ୍ତ କୁ ଧରି ପାରିନି ନିଶ୍ଚିନ୍ତକୋଇଲି ଥାନା ପୋଲିସ। ପ୍ରଶ୍ନ ଉଠୁଛି ସ୍ଥାନୀୟ ବିଦ୍ୟାଳୟ ରେ ରାତ୍ର କାଳୀନ ଜଗୁଆଳି ର ବ୍ୟବସ୍ଥା ଅଛି କି ? ଯଦି ଥିଲା ତେବେ ବିଦ୍ୟାଳୟ ର ଜଗୁଆଳ କରୁଥିଲେ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ?
– ଅସୁରେଶ୍ବର ଅଂଚଳରେ ଦୁବୃର୍ତ୍ତ ମାନଙ୍କର ଦିନକୁ ଦିନ ଅତ୍ୟଧିକ ପ୍ରାଦୁର୍ଭାବ ବଢୁଥିବା ବେଳେ ପୋଲିସ ର କଠୋର ମନୋଭାବ ପୋଷଣ କରିବା ସହ ଅସୁରେଶ୍ବର ଠାରେ ପ୍ରସ୍ତାବିତ ଫାଣ୍ଡିକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଅଂଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କଠୋର ଚେତାବନୀ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More