ନିରପେକ୍ଷ ନିର୍ବାଚନ ପାଇଁ ମଙ୍ଗଳାଘାଟ ଛକ ଠାରେ ଗାଡିମୋଟର ଯାଞ୍ଚ

13

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ମଙ୍ଗଳାଘାଟ ଛକ ଠାରେ ଗାଡିମୋଟର ଯାଞ୍ଚ l ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି l ଏହି କ୍ରମରେ ଆଜି ରାତ୍ର 10ଟାରେ ପରିବହନ ବିଭାଗ, ବାସେଳୀସାହି ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ମଙ୍ଗଳାଘାଟ ଛକ ଠାରେ ଗାଡିମୋଟର ଯାଞ୍ଚ କରାଯାଇଛି l ମଦ୍ୟପାନ କରି ଗାଡି ଚଳାଇବା, ବିନା ଲାଇସେନ୍ସ ଗାଡି ଚଳାଇବା, ଗାଡ଼ିରେ ନିଶାଦ୍ରବ୍ୟ କାରବାର, ଗାଡିର କାଗଜପତ୍ର ଠିକ ନଥିବା, ଅସାମାଜିକ କାର୍ଯ୍ୟକଳାପ ଆଦି ଉପରେ ଯାଞ୍ଚ କରାଯାଇଥିଲା l ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗାଡିମୋଟର ଯାଞ୍ଚ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ବାସେଳୀ ସାହି ଥାନା ଅଧିକାରୀ ମାନସ କୁମାର ବାରିକ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More