ନିମ୍ନ ମାନର କାର୍ଯ୍ୟ ପାଇଁ ତେଜିଲା ଅସନ୍ତୋଷ

26

Get real time updates directly on you device, subscribe now.

ମାହାଙ୍ଗା(ସଂଘର୍ଷ ମିଡିଆ ) : ପଦାରେ ପଡିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅସଲ ଚିତ୍ର। ଭଲକରି ଦେଖନ୍ତୁ ଏହି ଭିଜୁଆଲ କୁ ରାସ୍ତା ସୁରକ୍ଷା ପାଇଁ ନିର୍ମାଣ ହେଉଥିବା ଗାର୍ଡ ୱାଲ୍ ରେ କେମିତି ଗୋଡ଼ି ବାହାରି ପଦାକୁ ଦେଖାଯାଉଛି ଏବଂ ଏହାକୁ ଲୁଚାଇବା ପାଇଁ ତରବରିଆ ଭାବେ ଏହା ଉପରେ ସିମେଣ୍ଟ ମସଲା ନେସା ଯାଉଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସିମେଣ୍ଟ ମଧ୍ୟ ଅତି ନିମ୍ନ ମାନର ଯାହାକି ଢ଼ଳାଇ ଉପଯୋଗୀ ନୁହେଁ। ରାସ୍ତା ସମ୍ପ୍ରସାରଣ ହୋଇଥିବା ନୂଆ ମାଟି ଉପରେ ବିନା ରୋଲିଙ୍ଗରେ ଡଷ୍ଟ ପାଉଡର ଖେଳା ଚାଲିଛି। ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ମନମୁଖୀ ଚାଲିଛି ଗାର୍ଡ ୱାଲ୍ କାମ। ଏଠି ବାହାରୁ ଆମଦାନୀ ହେଉଥିବା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାମ। ଏଭଳି ଏକ ଘଟଣା ନଜରକୁ ଆସିଛି କଟକ ଜିଲ୍ଲା ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହେଉଥିବା ଗୋକନ ବଇଁଚୁଆ ପଲିସାହି ଆଦର୍ଶ ବିଦ୍ୟାଳୟ ରାସ୍ତାରେ। ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକମାନେ। ଏହି ପ୍ରକଳ୍ପଟି ନଅ କିଲୋମିଟର ଲମ୍ବ ହୋଇଥିବା ବେଳେ ପାଞ୍ଚ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ। ଏହି ରାସ୍ତାର ମୁଖ୍ୟ ଲକ୍ଷ୍ୟ ଥିଲା ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରିବା ଏବଂ ଗୋକାନ ପଲିସାହି ମୁଖ୍ୟ ରାସ୍ତା ଉନ୍ନତିକରଣ। କିନ୍ତୁ ଭଲଭାବରେ ଦେଖନ୍ତୁ ଆଦର୍ଶ ବିଦ୍ୟାଳୟକୁ ନିର୍ମାଣ ହେଉଥିବା ଏହି ଆଦର୍ଶ ରାସ୍ତାକୁ। ବିନା ରୋଲିଙ୍ଗରେ ଚାଲିଛି ରାସ୍ତା କାମ, ଗୋଳା ହେଉଥିବା ମସଲାରେ ସିମେଣ୍ଟ ଭାଗ ବୋହୁତ କମ ଥିବାରୁ ମସଲା ବାଲି ଫର ଫର ଦିଶୁଛି। ଆଣ୍ଠୁଏ ପାଣିରେ ଚାଲିଛି ଢ଼ଳେଇ କାମ। ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ରାସ୍ତାର ସ୍ଥାୟୀତ୍ବ ନେଇ ଉଠିଛି ପ୍ରଶ୍ନ। ସରକାର ସାଧାରଣ ଜନତାଙ୍କ ଯାତାୟତ ପାଇଁ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ତାହା ବାସ୍ତବରେ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏହି ଦୃଷ୍ୟରୁ ଜାଣି ପାରୁଥିବେ। ରାସ୍ତା କାମ ଚାଲିଥିବା ସମୟରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଅନୁପସ୍ଥିତ ରହୁଥିବାବେଳେ ଶ୍ରମିକଙ୍କ ଭରସାରେ ଚାଲିଛି କାମ। ଏ ବାବଦରେ କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବାରୁ ସେ ଗାର୍ଡ ୱାଲ୍ ଟିକୁ ଭାଙ୍ଗି ପୁନନିର୍ମାଣ କରାଯିବ ବୋଲି କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା କେବେ ସରକାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏହାର ତଦନ୍ତ କରି ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।(ରିପୋର୍ଟ – ଗିରିଶ ଜେନା,ମାହାଙ୍ଗା)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More