କେନ୍ଦୁଝର (ସଂଘର୍ଷ ମିଡିଆ ) : – ସରକାର ଗରିବ ଜନ ସାଧରଣଙ୍କ ଉର୍ଣ୍ଣତୀ ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । ସେଥି ମଧ୍ୟରୁ ପ୍ରଧାନ ମନ୍ତ୍ରୀ ଆବସା ଯୋଜନା ଅନ୍ୟତମ । ଗ୍ରାମଅଞ୍ଚଳର ପ୍ରକୃତ ଗରିବ ଲୋକ ଓ ହିତାଧିକାରୀଙ୍କ ଚୟନ କରି ସରକାର ଆବାସ ଯୋଜନ ଯୋଗାଇ ଦେଉଛନ୍ତି। କେତେକ ହିତାଧିକାରୀଙ୍କ ଏହି ଆବାସ ନିଜେ ନିର୍ମାଣ କରୁଥିବା ବେଳେ ଆଉ କେତେକ ହିତାଧିକାରୀ ନିଜର ଅକ୍ଷମତା ଯୋଗୁଁ ଠିକାଦାରଙ୍କୁ ଘର ନିର୍ମାଣ ପାଇଁ ଦାୟିତ୍ବ ଦେଉଛନ୍ତି। ମାତ୍ର କେତେକ ସ୍ୱାଥ ପର ଠିକାଦାରଙ୍କୁ ଯୋଗୁଁ ହିତାଧିକାରୀ ବହୁତ ଠାକାମି ଶିକାର ହେଉଛନ୍ତି କାଉଠୀ ଠିକାଦାର ମାନେ ଅଧା ଆବାସ ଘର ନିମାର୍ଣ କରି ଛାଡି ଯାଉଛନ୍ତି ତ କଉଠି ଅସଂପୂର୍ଣ୍ଣ ନିର୍ମାଣ କରି ଆଉ କେତେକ ସ୍ଥାନ ରେ ଠିକାଦାର ନିମ୍ନମାନର କାମ କରି ଠିକାଦାର ମାଲେ ମାଲ ହେଉଛନ୍ତି। ଏ ହି ପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗରିଆ ପାଳ ପଞ୍ଚାୟତ ଗଦୁଆ ଗ୍ରାମରେ ହେମ ମହାପାତ୍ର, କୁମୁଦିନୀ ନାୟକ ସରକାରୀ ଆବାସ ଯୋଜନାକୁ ସେଇ ଗ୍ରାମର ଠିକାଦାର କବୀର ନାୟକ ଅତି ନିର୍ମମାନର ଘର କାମ କରି ସଂପୂଣ୍ଣ କରିଛି । ବିଲ୍ ହାତେଇଛନ୍ତି ମାତ୍ର ଏକ ବର୍ଷ ନ ପୁରୁଣୁ ଘରର କାନ୍ତ ପାଟି ଯାଇ ବିପଦସଙ୍କୁଳ ଅବସ୍ଥାରେ ଅଛି। ଏହି ନୂତନ ଆବାସ ଘର ରହିବା ପାଇଁ ହିତାଧିକାରୀ ଭୟ କରୁଛନ୍ତି। ଏହି ବାବଦ ରେ ସରପଞ୍ଚଙ୍କୁ ପଚାରିବାରୁ ସରପଞ୍ଚଙ୍କର ସ୍ଵାମୀ କହୁଛନ୍ତି। ଇଟା ପାଇଁ କାନ୍ଥ ଫାଟୁଛି ବୋଲି କହୁଛନ୍ତି । ପୁଣି ମଧ୍ୟ କହୁଛନ୍ତି ସେଇ ଗାଁରେ ଯେତିକି ଘର ଆସିଛି ସମସ୍ତଙ୍କର କାନ୍ଥ ଫାଟୁଛି ବୋଲି କହୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ସେଇ ଇଟା ଫାଟି ଯାଉଛି କାହିଁକି ସେ ଇଟାକୁ ଘର କାମରେ ଲଗାଯାଉଛି ? ଏ ବାବଦରେ ସରପଞ୍ଚ ଜାଣିକି କେମିତି ଘର କାମ ରେ ଲଗାଉଛନ୍ତି?। ଆଉ ମଧ୍ୟ କହୁଛନ୍ତି ସେଠିକାର ଯେତେ ଘର ଅଛି ସମସ୍ତଙ୍କର ସେମିତି ଅବସ୍ଥା ବୋଲି ନିଜେ ସରପଞ୍ଚଙ୍କର ସ୍ବାମୀ କହିଚନ୍ତି। ଗରିବ ଲୋକ ଟି ଘର ପାଇଁ କେତେ ଆଶା କରଛନ୍ତି ଘର ଟେ ପାଇବା ପାଇଁ ହେଲେ ଏଠୀ ସରକାର ଘର ଦେଉଛନ୍ତି ସତ ହେଲେ ଗରିବ ଲୋକ ମାନଙ୍କୁ ପାଇଁ ଘର ଏବେ ବିପଦ ସଙ୍କୁତ ଅବସ୍ଥାରେ ଅଛି।